Home City Bhadrak କରୋନା ସ୍ଥିତିରେ ଉନ୍ନତି : ୧୦ ଦିନ ଓ ୯ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ...

କରୋନା ସ୍ଥିତିରେ ଉନ୍ନତି : ୧୦ ଦିନ ଓ ୯ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଛି ପୂର୍ବରୁ ପ୍ରତି ୧୦ ଦିନ ଓ ୨ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଥିଲା

1535

ଭଦ୍ରକ,(ନି.ପ୍ର) ଦେଶରେ କରୋନା ସ୍ଥିତିରେ ଉନ୍ନତି ଘଟିଛି । ବର୍ତ୍ତମାନ ପ୍ରତି ୧୦ ଦିନ ଓ ୯ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଛି ବୋଲି ମନ୍ତ୍ରୀ କହିଛନ୍ତି । ପୂର୍ବରୁ ପ୍ରତି ୧୦ ଦିନ ଓ ୨ ଘଣ୍ଟାରେ ସଂକ୍ରମିତ ହାର ଦ୍ୱିଗୁଣିତ ହେଉଥିଲା ।ସେହିପରି କୋଭିଡ୍‍-୧୯ ଆରୋଗ୍ୟ ହାର ଶତକଡ଼ା ୨୩. ୩ ଭାଗକୁ ବୃଦ୍ଧି ପାଇଛି ବୋଲି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କହିଛନ୍ତି। ହଟସ୍ପଟ ଜିଲ୍ଲା ସଂଖ୍ୟା ହ୍ରାସ ପାଇବା ସହ ଆରୋଗ୍ୟ ହାର ବୃଦ୍ଧି ପାଇଛି। ଦେଶର ୭୬ଟି ଜିଲ୍ଲାରେ ଗତ ୭ଦିନ ଧରି କୌଣସି ନୂଆ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି ଓ ଗତ ୧୪ ଦିନ ଧରି ଦେଶର ୪୫ଟି ଜିଲ୍ଲାରେ ମଧ୍ୟ କୌଣସି ନୂଆ ବ୍ୟକ୍ତି ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି । ଦେଶର ୩୯ଟି ଜିଲ୍ଲାରେ ଗତ ୨୧ ଦିନ ଧରି ଆଉ କୌଣସି ନୂଆ ଲୋକ କୋଭିଡ୍‍-୧୯ରେ ସଂକ୍ରମିତ ହୋଇନଥିବା ବେଳେ ଗତ ୨୮ଦିନ ହେଲା ଦେଶର ୧୭ଟି ଜିଲ୍ଲାରେ କୌଣସି ନୂଆ ଲୋକ କରୋନା ଭୂତାଣୁରେ ସଂକ୍ରମିତ ହୋଇନାହାନ୍ତି ।
ଏଥିରୁ ପରିସ୍ଥିତିରେ ଉନ୍ନତି ଘଟୁଥିବାର ସ୍ପଷ୍ଟ ସୂଚନା ମିଳୁଛି ।