ଡେସ୍କ (୧ ମାର୍ଚ୍ଚ ୨୦୨୬): ସାରା ଓଡ଼ିଶା ଖୁସି ମନରେ ପାଳୁଛି ଦହିବର ଦିବସ । ଏହି ଦିବସ କେଉଁ ପର୍ବପର୍ବାଣୀ ନୁହେଁ, କିନ୍ତୁ ଦହିବରା ଆଲୁଦମ୍ର ସେ ସୁଆଦକୁ ଜନମାନସରେ ପରିଚିତ କରେଇବାର ଏହା ଏକ ପ୍ରଚେଷ୍ଟା । ସୋସିଆଲ୍ ମିଡିଆରୁ ଆରମ୍ଭ ହୋଇଥିବା ଏହି ଦହିବରା ଆଳୁଦମ୍ ଦିବସ ପ୍ରତି ବର୍ଷ ମାର୍ଚ୍ଚ ୧ ତାରିଖରେ ପାଳନ କରାଯାଏ ।
ସୋସିଆଲ୍ ମିଡିଆ ଜରିଆରେ ବିଭିନ୍ନ ପ୍ରକାରର ଫଟୋ ଭିଡିଓ ଆଦି ସେୟାର୍ କରି ଲୋକମାନଙ୍କ ପାଖରେ ଦହିବରା ବିଷୟରେ ଜଣାଯାଏ । ଏହି ପାଳନ ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଦହିବରାକୁ ଓଡ଼ିଶାରେ ସୀମିତ ନରଖି ଓଡ଼ିଶା ବାହାରେ ଲୋକମାନଙ୍କ ପାଖରେ ପରିଚିତ କରାଇବା ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















