ଘସିପୁରା (୫ ମାର୍ଚ୍ଚ ୨୦୨୫): ଆଜି ପ୍ରବୀଣ କୁମାର କବିଙ୍କ ଇଂରାଜୀ ଉପନ୍ୟାସ ‘ଉଇ ବିକେମ୍ ଏ ପୋଏମ୍’ ଉନ୍ମୋଚିତ ହୋଇଯାଇଛି । ଘସିପୁରା ସ୍ଥିତ ପ୍ରାଣବଲ୍ଲଭ ପବ୍ଲିକ ସ୍କୁଲ୍ରେ ଆୟୋଜିତ ଏହି ଉନ୍ମୋଚନ ଉତ୍ସବରେ ଅତିଥି ଭାବରେ ଯୋଗ ଦେଇଥିଲେ ଅବସରପ୍ରାପ୍ତ ପ୍ରାଧ୍ୟାପକ ଡ. ପ୍ରଦୀପ କୁମାର ମହାନ୍ତି, ଇଂରାଜୀ ଭାଷା ସାହିତ୍ୟ ବିଭାଗର ବିଭାଗୀୟ ମୁଖ୍ୟ ନିରଞ୍ଜନ ପତି, କବି ଡ. ଅଶୋକ ପୁହାଣ ଓ ପ୍ରକାଶକ ସଂଗ୍ରାମ କେଶରୀ ସେନାପତି । ପ୍ରେମର ଏକ ନିଆରାପଣକୁ ଦର୍ଶାଉଥିବା ଏହି ବହିଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି ।
ସୂଚନା ଥାଉକି ପ୍ରବୀଣ କୁମାର କବିଙ୍କର ତିନି ଓଡ଼ିଆ ବହି ପୂର୍ବରୁ ପ୍ରକାଶିତ ହୋଇସାରିଛି ଏବଂ ଏହା ତାଙ୍କ ରଚିତ ପ୍ରଥମ ଇଂରାଜୀ ଉପନ୍ୟାସ । ଏହି କାର୍ଯ୍ୟକ୍ରମରେ ଆଖାପାଖି ଲେଖକ/ଲେଖିକାମାନଙ୍କ ସହିତ କିଛି ପାଠକପାଠିକମାନେ ଯୋଗ ଦେଇଥିଲେ । ଏହି ସଭାର ସଂଚାଳନା କରିଥିଲେ ଇଂରାଜୀ ଅଧ୍ୟାପିକା ପ୍ରିୟଙ୍କା ଦେବୀ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ ଇଂରାଜୀ ଅଧ୍ୟାପିକା ସବିତାରାଣୀ ମିଶ୍ର । ବହିଟି କିଣିବା ପାଇଁ ଆମାଜନ୍ରେ ଉପଲବ୍ଧ ଥିବାବେଳେ ଶୁଭପଲ୍ଲବ ଷ୍ଟୋର୍ରେ ଅତିରିକ୍ତ ରିହାତି ସହିତ ଉପଲବ୍ଧ ଅଛି ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.














