होम City Bhadrak ଭଦ୍ରକରେ ହୃଦାନନ୍ଦ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ

ଭଦ୍ରକରେ ହୃଦାନନ୍ଦ ମଲ୍ଲିକଙ୍କ ୩୬ତମ ଶ୍ରାଦ୍ଧ ଦିବସ ପାଳିତ

101

ଭଦ୍ରକ (୧ ମାର୍ଚ୍ଚ ୨୦୨୬): ସ୍ୱର୍ଗତ ହୃଦାନନ୍ଦ ମଲ୍ଲିକ କେବଳ ଯେ ଜଣେ ରାଜନୀତିଜ୍ଞ ନଥିଲେ ତାହା ନୁହେଁ ବରଂ ଜଣେ ସ୍ୱାଧୀନତା ସଂଗ୍ରାମୀ ଭାବେ ମଧ୍ୟ ତାଙ୍କର ବିଶେଷ ପରିଚିତି ରହିଛି । ୧୯୪୨ ମସିହାରେ ସେ ଭାରତୀୟ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନରେ ଯୋଗ ଦେଇଥିଲେ ।  ୧୯୪୫ ମସିହାରେ ବାଲେଶ୍ୱର ଜିଲ୍ଲାରେ ଛାତ୍ରମେଳୀ କରି ଉତ୍ତର ଓଡ଼ିଶାରେ ସ୍ୱାଧୀନତା ସଂଗ୍ରାମ ଆନ୍ଦୋଳନକୁ ବଢ଼ାଇଥିଲେ । ଓଡ଼ିଶା ରାଜନୀତିରେ ଜନତା ଦଳ ଓ ଉତ୍କଳ କଂଗ୍ରେସର କର୍ମକର୍ତ୍ତା ଭାବରେ ସକ୍ରିୟ ଥିଲେ । ସେ ଓଡ଼ିଶା ବିଧାନ ସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରିଥିଲେ । ୧୯୭୧, ୧୯୭୪, ୧୯୭୭ ଓ ୧୯୯୦ ମସିହାରେ ଓଡ଼ିଶାରେ ହୋଇଥିବା ବିଧାନ ସଭା ନିର୍ବାଚନରେ ସେ ଧାମନଗର ବିଧାନ ସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୫ମ, ୬ଷ୍ଠ, ୭ମ ଓ ୧୦ମ ଓଡ଼ିଶା ବିଧାନ ସଭାକୁ ନିର୍ବାଚିତ ହୋଇ ନିଜର ଲୋକପ୍ରିୟତାର ପରିଚୟ ଦେଇପାରିଥିଲେ ବୋଲି ଆଜି ତାଙ୍କ ୩୬ତମ ଶ୍ରାଦ୍ଧ ଉତ୍ସବ ଅବସରରେ ଅନୁଷ୍ଠିତ ଶ୍ରଦ୍ଧାଞ୍ଜଳି ସଭାରେ ଯୋଗଦେଇ ବରେଣ୍ୟ ଅତିଥି ମାନେ ମତ ପ୍ରକାଶ କରିଛନ୍ତି ।