होम City Bhadrak ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ଅବସର ଗ୍ରହଣ

ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତିଙ୍କ ଅବସର ଗ୍ରହଣ

39

ଭଦ୍ରକ (୩୧ ଜାନୁଆରୀ ୨୦୨୬): ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକ ଅନ୍ତର୍ଗତ ନିଳୋକ ସ୍ଥିତ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନ ପଣ୍ଡିତ ଅଭିମନ୍ୟୁ ସେନାପତି ଦୀର୍ଘ ୩୮ ବର୍ଷର ସେବା ପରେ ଆଜି ଚାକିରୀ ଜୀବନରୁ ଅବସର ଗ୍ରହଣ କରିଛନ୍ତି । ସେ ୧୯୮୮ ମସିହାର ଫେବୃଆରୀ ୪ ତାରିଖରେ ଏହି ବିଦ୍ୟାଳୟରେ ଚାକିରୀ ଜୀବନ ଆରମ୍ଭ କରିଥିଲେ । ଏହି ଦୀର୍ଘ ସେବାକାଳରେ ଶ୍ରୀଯୁକ୍ତ ସେନାପତି ଶିକ୍ଷାଦାନ ସହିତ ବିଦ୍ୟାଳୟର ସମସ୍ତ ଦାୟିତ୍ୱ ସୂଚାରୁରୂପେ ପାଳନ କରି ବିଦ୍ୟାଳୟର ଉନ୍ନତିରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନେଇଥିଲେ ।

ଏହି ଅବସରରେ ବିଦ୍ୟାଳୟର ସହକାରୀ ଶିକ୍ଷୟିତ୍ରୀ ଅଞ୍ଜଳି ରାଉତଙ୍କୁ ନୂତନ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଭାବରେ ଦାୟିତ୍ୱ ଅର୍ପଣ କରାଯାଇଛି । ଶ୍ରୀଯୁକ୍ତ ସେନାପତିଙ୍କୁ ଅଞ୍ଜଳି ରାଉତ ଓ ଶିକ୍ଷା କର୍ମଚାରୀ ପରିକ୍ଷୀତ ନାୟକ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ।

ସେହିପରି, ବସନ୍ତିଆ ପଞ୍ଚାୟତର କଟିଣା ସ୍ଥିତ ବିଷ୍ଣୁମୋହନ ସଂସ୍କୃତ ବିଦ୍ୟାଳୟର ପ୍ରଧାନ ପଣ୍ଡିତ ହରେକୃଷ୍ଣ ପାଣିଗ୍ରାହୀ, ପଣ୍ଡିତ ଅନାମ ଚରଣ ପାତ୍ର, ଓ ସହକାରୀ ଶିକ୍ଷକ ପ୍ରଭାତ କୁମାର ପୁହାଣ ଓ ଉମେଶ ଚନ୍ଦ୍ର ସାହୁ ପ୍ରମୁଖ ବାବାଜୀ ଚରଣ ସଂସ୍କୃତ ବିଦ୍ୟାଳୟରେ ପହଞ୍ଚି ଶ୍ରୀ ସେନାପତିଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ମାନିତ କରିଥିଲେ ।