होम City Bhadrak ଦୋଳ ପର୍ବ ଓ ମେଣ୍ଢା ପୋଡି

ଦୋଳ ପର୍ବ ଓ ମେଣ୍ଢା ପୋଡି

155

ଦୋଳ ପର୍ବରେ ମେଣ୍ଢା ପୋଡ଼ି ନୀତି ଅନ୍ୟତମ । ଫାଲ୍‌ଗୁନ ଶୁକ୍ଳ ଚତୁର୍ଦ୍ଦଶୀରେ ଏହି ମେଣ୍ଢାପୋଡି ନୀତି ଅନୁଷ୍ଠିତ ହୁଏ । ରାଧାଗୋବିନ୍ଦ ବିମାନରେ ବିଜେ ହୋଇ ନଗର ପରିକ୍ରମା କରିସାରିବା ପରେ କୁଟା, କାଠି, ଘଷି ରେ ଅଗ୍ନି ସଂଯୋଗ କରାଯାଇ ଏହାର ଚାରିପାଖରେ ବିମାନ ପ୍ରଦକ୍ଷଣ କରିବା ପରେ ମନ୍ଦିରକୁ ପ୍ରବେଶ କରନ୍ତି। ଓଡ଼ିଶାର ବିଭିନ୍ନ ମନ୍ଦିର ମାନଙ୍କରେ ଏହି ନୀତି ହେଉଥିବା ବେଳେ ଶ୍ରୀମନ୍ଦିରରେ ମଧ୍ୟ ଏହି ନୀତି ସମ୍ପନ୍ନ ହୋଇଥାଏ। ଦୋଳବେଦୀ ପରିସରରେ ସଂଧ୍ୟା ସମୟରେ ଏହି ସ୍ଵତନ୍ତ୍ର ନୀତି ଅନୁଷ୍ଠିତ ହୋଇଥାଏ। ସଂଧ୍ୟା ସମୟରେ ଦୋଳବେଦୀ ପରିସରରେ ଏହି ସ୍ଵତନ୍ତ୍ର ନୀତି ସମୟରେ ଦେଖିବାକୁ ମିଳେ ହଜାର ହଜାର ଭକ୍ତଙ୍କ ଭିଡ । ତେବେ କଣ ରହିଛି ଏହି ମେଣ୍ଢା ପୋଡ଼ି ନୀତି । ପୌରାଣିକ ଉପାଖ୍ୟାନ ଅନୁଯାୟୀ ପ୍ରଭୁ ବିଷ୍ଣୁଙ୍କ ମହାନ ଭକ୍ତ ହେଉଛନ୍ତି ପ୍ରହଲ୍ଲାଦ। ପ୍ରହଲ୍ଲାଦଙ୍କୁ ତାଙ୍କ ପିତା ହିରଣ୍ୟକଶ୍ୟପ ହତ୍ୟା କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ । ହିରଣ୍ୟର ଭଉଣୀ ହୋଲିକାକୁ ବରପ୍ରାପ୍ତ ହୋଇଥିଲା କି ଅଗ୍ନି ତାକୁ ଜଳାଇପାରିବ ନାହିଁ । ତେଣୁ ହୋଲିକା ଭାଇ ହିରଣ୍ୟକଶ୍ୟପଙ୍କ ଉଦ୍ଦେଶ୍ୟକୁ ପୂରଣ କରିବା ପାଇଁ ପ୍ରହଲ୍ଲାଦକୁ କୋଳରେ ଧରି ଅଗ୍ନିରେ ପ୍ରବେଶ କରିଥିଲେ । କିନ୍ତୁ ଫଳ ଓଲଟା ହେଲା । ହୋଲିକା ଅଗ୍ନିରେ ଦଗ୍ଧ ହୋଇଯାଇଥିବା ବେଳେ ପ୍ରହଲ୍ଲାଦ ଅଗ୍ନିଙ୍କ ଜ୍ୱାଳା ଉପରେ ବିଜୟ ଲାଭ କରିଥିଲେ। ମେଷ ତଥା ମେଣ୍ଢା ହେଲା ଅଗ୍ନିଙ୍କ ବାହନ । ଅଗ୍ନିଙ୍କ ଏହି ଭକ୍ତବତ୍ସଳତାକୁ ପ୍ରତିପାଦନ କରିବା ପାଇଁ ଶ୍ରୀମନ୍ଦିରରେ ମେଣ୍ଢାପୋଡ଼ି ନୀତି ହୁଏ । ଏହି କ୍ରମରେ ମଠସାହି ସ୍ଥିତ ଗୋପାଳଜୀଉ ମନ୍ଦିରରେ ମଧ୍ୟ ଏହି ନୀତି ପାଳିତ ହୋଇଛି।