होम State Odisha ଓଡ଼ିଆ ଉଇକିପିଡ଼ିଆରେ ‘ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬’ ଅଭିଯାନରେ ୪୨୭ଟି ପ୍ରସଙ୍ଗ ଗଢ଼ାଯାଇଛି

ଓଡ଼ିଆ ଉଇକିପିଡ଼ିଆରେ ‘ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬’ ଅଭିଯାନରେ ୪୨୭ଟି ପ୍ରସଙ୍ଗ ଗଢ଼ାଯାଇଛି

11

ବ୍ୟୁରୋ (୪ ମଇ ୨୦୨୬): ଓଡ଼ିଆ ଉଇକିପିଡ଼ିଆରେ ମହିଳା, ଲୋକକଥା ଓ ସାଂସ୍କୃତିକ ଐତିହ୍ୟ ସମ୍ବନ୍ଧୀୟ ବିଷୟବସ୍ତୁକୁ ସମୃଦ୍ଧ କରିବା ଉଦ୍ଦେଶ୍ୟରେ ଆୟୋଜିତ ଦୁଇ ମାସବ୍ୟାପୀ ଅନଲାଇନ୍ ଗଣ-ସମ୍ପାଦନା ପ୍ରତିଯୋଗିତା ‘ନାରୀବାଦ ଓ ଲୋକକଥା ଗଣ-ସମ୍ପାଦନା ୨୦୨୬’ ସଫଳତାର ସହ ସମାପ୍ତ ହୋଇଛି । ଏହି ଅଭିଯାନରେ ମୋଟ ୪ ଜଣ ସମ୍ପାଦକ ଅଂଶଗ୍ରହଣ କରିଥିବାବେଳେ ସେମାନେ ମିଳିତ ଭାବେ ୪୨୭ଟି ନୂତନ ପ୍ରସଙ୍ଗ ଲେଖିଛନ୍ତି ।

ଏହି ଅଭିଯାନରେ ହରିହର ଶତପଥୀ ସର୍ବାଧିକ ୨୧୮ଟି ପ୍ରସଙ୍ଗ ଗଢ଼ିଥିବାବେଳେ ଅଲିଭା ସାହୁ ୧୫୦ଟି, ସଂଗ୍ରାମ କେଶରୀ ସେନାପତି ୫୮ଟି ଏବଂ ଅଶ୍ୱିନୀ ବଞ୍ଜନ ମୁର୍ମୁ ଗୋଟିଏ ପ୍ରସଙ୍ଗ ଲେଖିଛନ୍ତି ।

ଅଧିକାଂଶ ପ୍ରବନ୍ଧ ଇଂରାଜୀ ଉଇକିପିଡ଼ିଆରୁ ଅନୁବାଦ କରାଯାଇଥିବାବେଳେ ସେଥିରେ ଲିଙ୍ଗଗତ ବୈଷମ୍ୟ ସମ୍ବନ୍ଧୀୟ ବିଷୟ, ଲୋକକଳାକାର, ଲୋକକଥା, ପୌରାଣିକ କଥା ଓ ବିଭିନ୍ନ ସାଂସ୍କୃତିକ ପରମ୍ପରା ସମ୍ବନ୍ଧୀୟ ପ୍ରବନ୍ଧ ସ୍ଥାନ ପାଇଛି ।

ଏହି ଅଭିଯାନ ମାଧ୍ୟମରେ ଓଡ଼ିଆ ଭାଷାରେ ମହିଳା ଏବଂ ଲୋକସଂସ୍କୃତି ସମ୍ବନ୍ଧୀୟ ତଥ୍ୟଭଣ୍ଡାର ଅଧିକ ସମୃଦ୍ଧ ହୋଇଥିବାବେଳେ ଆଗାମୀ ବର୍ଷଗୁଡ଼ିକରେ ଏହି ଅଭିଯାନ ଆହୁରି ବ୍ୟାପକ ହେବ ବୋଲି ଆଶା କରାଯାଉଛି ।