होम City Bhadrak କବି ସୁଚିତ୍ରା ପାଣିଗ୍ରାହୀଙ୍କ ‘ପିଲା ମନ’ ଉନ୍ମୋଚିତ

କବି ସୁଚିତ୍ରା ପାଣିଗ୍ରାହୀଙ୍କ ‘ପିଲା ମନ’ ଉନ୍ମୋଚିତ

904
New book Pilamana by Suchitra Panigrahi inaugurated at Bhadrak
କବି ସୁଚିତ୍ରା ପାଣିଗ୍ରାହୀଙ୍କ ‘ପିଲା ମନ’ ଉନ୍ମୋଚିତ

ଭଦ୍ରକ (୩୦ ଡିସେମ୍ବର ୨୦୨୩): ବାଇପାସ୍‌ସ୍ଥିତ ପାଣିଗ୍ରାହୀ ଦମ୍ପତିଙ୍କ ବାସଭବନ ‘ଛାଇ’ ଠାରେ ଟାଇମ୍‌ପାସ୍ ତରଫରୁ ଏକ ଲେଖନୀୟ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବୀ ଓ ଶିଶୁ ସାହିତ୍ୟିକା ଭାବେ ସୁପରିଚିତ ସେବାନିବୃତ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀଙ୍କର ମନସ୍ତାତ୍ୱିକ ଫିଚର ପୁସ୍ତକ ‘ପିଲାମନ’ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି କବିତ୍ୱ ଓ ଶିଶୁ ମନସ୍ତତ୍ୱର ଅପୂର୍ବ ସମନ୍ୱୟ ହୋଇଥିବାରୁ ସାରସ୍ୱତ ଜଗତରେ ଏକ ନୂତନ ସଂଯୋଜନା ବୋଲି ମତ ପ୍ରକାଶ ପାଇଛି । କବି ସରୋଜ ବଳଙ୍କ ସଂଚାଳନାରେ ଅନୁଷ୍ଠିତ ବନ୍ଧୁମିଳନରେ ଡ. ବ୍ରଜମୋହନ ମିଶ୍ର ଓ ଉମାମଣି ପାଣିଗ୍ରାହୀ ପୁସ୍ତକ ଉନ୍ମୋଚନ କରିଥିଲାବେଳେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଝରଣା ପଟ୍ଟନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବହଳି, ଅରୁଣ ଖିଲାର ଓ କୈଳାସ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ । ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ, ଅଭିଜିତ ନାୟକ ପୁସ୍ତକ ସଂପର୍କରେ ସୂଚନା ଓ ଲେଖିକା ସୁଚିତ୍ରା ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଜେନା, ବିକାଶ ନାରାୟଣ ନନ୍ଦ, ଅର୍ନ୍ତଯ୍ୟାମି ମହାରଣା, ସଂଗ୍ରାମ କେଶରୀ ସେନାପତି, ରମେଶ ଚନ୍ଦ୍ର ସ୍ୱାଇଁ, ଆଶିଷ କୁମାର ମିଶ୍ର, ଅବିନାଶ ସାହୁ ପ୍ରମୁଖ ବନ୍ଧୁମିଳନରେ ସାମିଲ ଥିଲେ । ଶେଷରେ ପତିତପାବନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।