ଭଦ୍ରକ,୩୦/୧୨,(ନି.ପ୍ର.): ଭଦ୍ରକ ଜିଲ୍ଲା ସାଂସ୍କୃତିକ ସମ୍ମେଳନର ତ୍ୟାଗଭୂମି ମହୋତ୍ସବ ୨୦୨୩ ଶନିବାର ଅପରାହ୍ଣରେ ଭଦ୍ରକ ଶହୀଦସ୍ମୃତି ଭବନ ପରିସରରେ ଉଦ୍ଘାଟିତ ହୋଇଯାଇଛି। ଉତ୍ସବର ଆଦ୍ୟପର୍ବରେ ରକ୍ତତୀର୍ଥ ଇରମ୍ ଏବଂ ଶହୀଦପୀଠ ଲୁଣିଆରୁ ଆସିଥିବା ଭଦ୍ରକୀୟ ସଂଗ୍ରାମର ଅମର ପ୍ରତୀକ ମଶାଲ ଶୋଭାଯାତ୍ରା ଭଦ୍ରକ ସହରର ପ୍ରବେଶ ଦ୍ବାର ମହତାବ ଛକରୁ ବାହାରି ଥିଲା ଓ ମହୋତ୍ସବ ଉଦ୍ଘାଟିତ ପୀଠରେ ସ୍ଥାପନ କରାଯାଇଥିଲା। ଶୋଭାଯାତ୍ରାରେ ଆସିଥିବା ଏହି ମଶାଲ ଦୁଇଟିକ ସିଦ୍ଧେଶ୍ଵର ବଳରାମ ବନ୍ଦର ଗ୍ରହଣ କରି ମହୋତ୍ସବ ସ୍ଥଳୀରେ ସ୍ଥାପନ କରିଥିଲେ। ବରିଷ୍ଠ ଅଧିବକ୍ତା ନିରାକାର ଜେନାଙ୍କ ପୌରୋହିତ୍ୟରେ ଅନୁଷ୍ଠିତ ମହୋତ୍ସବର ସାନ୍ଧ୍ୟ ଅଧିବେଶନରେ ମୁଖ୍ୟଅତିଥି ଭାବେ ସାଂସଦ ମଞ୍ଜୁଲତା ମଣ୍ଡଳ, ବରେଣ୍ୟ ଅତିଥି ଭାବେ ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ୍ ଓ ପ୍ରାକ୍ତନ ସାଂସଦ ଅନନ୍ତ ପ୍ରସାଦ ସେଠୀ ଓ ଭଦ୍ରକ ଓକିଲ ସଂଘର ସମ୍ପାଦକ ଦିବ୍ୟସିଂହ ନାୟକ ଯୋଗଦେଇ “ଭଦ୍ରକ ତ୍ୟାଗ ଓ ତିତିକ୍ଷାର ତୀର୍ଥଭୂମି” ଶୀର୍ଷକରେ ଆଲୋଚନା କରିଥିଲେ। ତିହିଡ଼ି ସଙ୍ଗୀତ ମହାବିଦ୍ୟାଳୟ ଅଧ୍ୟକ୍ଷ ସୁଧାଂଶୁ ନାୟକ ଓ ଛାତ୍ରଛାତ୍ରୀ ‘ତ୍ୟାଗଭୂମି’ ପ୍ରାରମ୍ଭିକ ସଂଗୀତ ଓ ‘ବନ୍ଦେ ଉତ୍କଳ ଜନନୀ’ ପରିବେଷଣ କରିଥିଲେ। ତ୍ୟାଗଭୂମିର ସଭାପତି ଅଜୟ ନାୟକ ସ୍ବାଗତ ଅଭିଭାଷଣ ଓ ସମ୍ପାଦକ ଅଧିବକ୍ତା ଗଦାଧର ବଳ ବିବରଣୀ ପ୍ରଦାନ କରିଥିଲେ। ଅଧିବକ୍ତା ମନୋରଞ୍ଜନ ଦାସ ଅତିଥିମାନଙ୍କୁ ମଞ୍ଚଆହ୍ବାନ କରିଥିଲେ। ଇରମରୁ ଦେବଦର୍ଶନ ଦାଶ ଓ ଲୁଣିଆରୁ ବାପୁନି ଲେଙ୍କା ମଶାଲ ଶୋଭାଯାତ୍ରାର ପରିଚାଳନା କରିଥିଲେ। ପୂର୍ବାହ୍ଣରେ ଭଦ୍ରକର ବରପୁତ୍ର କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର, ଜାତୀୟକବି ବାଞ୍ଛାନିଧି ମହାନ୍ତି, ସଂଗ୍ରାମୀ ଗୋକୁଳାନନ୍ଦ ମହାନ୍ତି, ମହମ୍ମଦ ହନିଫ୍, କବିଶେଖର ଚିନ୍ତାମଣି ମହାନ୍ତିଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରାଯାଇଥିଲା। ଇଂ ଅଖିଳମୋହନ ପାଢୀ, ଗୋବର୍ଦ୍ଧନ ସାମଲ, ଶାନ୍ତନୁ ରାଉତ, ଅଶୋକ ଦାସ, ବିପ୍ଳବ ହୋତା, ପଙ୍କଜ ବଳ, ସଂଜୟ ମାଝି, ଅଧ୍ୟାପକ ଲଲାଟେନ୍ଦୁ ମଲ୍ଲିକ, ଅମ୍ବିକା ବଲ୍ଲଭ ସ୍ବାଇଁ, ଅବଦୁଲ ଗହ୍ବର, ବସନ୍ତ ମହାନ୍ତି, ଲକ୍ଷ୍ମୀକାନ୍ତ ବାରିକ, ଅଶୋକ ଦ୍ବିବେଦୀ, ଅମରେନ୍ଦ୍ର ବିଶ୍ବାଳ ପ୍ରମୁଖ ଅଂଶଗ୍ରହଣ କରିଥିଲେ। ତିହିଡ଼ି ପଞ୍ଚାୟତ ସମିତି ପୂର୍ବତନ ଅଧ୍ୟକ୍ଷା ବିଦ୍ୟୁତଲତା ନାୟକ, ସୁରଜିତା ନାୟକ, ହରୀଶ୍ ଦାସ, ରୂପକବିହାରୀ ରାୟ, ଡକ୍ଟର ବିଶ୍ବରଂଜନ ଦାସ,ଶିବସୁନ୍ଦର ସତ୍ୟାନନ୍ଦ, ଅବଦୁଲ ଦୟାନ ପ୍ରମୁଖ ଉତ୍ସବରେ ଉପସ୍ଥିତ ଥିଲେ।
Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.