ଭୁବନେଶ୍ୱର (୨୭ ଫେବୃଆରୀ ୨୦୨୬): ଓଡ଼ିଶା ସରକାରଙ୍କ ଯୋଜନା ଓ ସଂଯୋଜନ ବିଭାଗ ଏବଂ ଓଡ଼ିଶା ସେଣ୍ଟର ଫର୍ ଇଣ୍ଟିଗ୍ରେଟେଡ୍ ଡେଭେଲପମେଣ୍ଟର ମିଳିତ ଆନୁକୂଲ୍ୟରେ ଦୁଇ ଦିନିଆ ‘ବିକାଶ ମନ୍ଥନ-୧.୦’ ପରାମର୍ଶ କର୍ମଶାଳା ଆଜିଠାରୁ ଲୋକସେବା ଭବନସ୍ଥିତ କନ୍ଭେନ୍ସନ ସେଣ୍ଟର ଠାରେ ଆରମ୍ଭ ହୋଇଛି । ମୁଖ୍ୟ ଶାସନ ସଚିବ, ଓଡ଼ିଶା ଶ୍ରୀମତୀ ଅନୁ ଗର୍ଗ, ଉନ୍ନୟନ କମିଶନର ତଥା ଅତିରିକ୍ତ ମୁଖ୍ୟ ଶାସନ ସଚିବ ଶ୍ରୀ ଦେଓ ରଞ୍ଜନ କୁମାର ସିଂ, ବିଶିଷ୍ଟ ବକ୍ତା ଭାବେ ଅର୍ଗାନାଇଜର ପତ୍ରିକାର ସମ୍ପାଦକ, ଡ. ପ୍ରଫୁଲ୍ଲ କେଟକାର ଏବଂ ଓସିଆଇଡିର କାର୍ଯ୍ୟକାରୀ ସମ୍ପାଦକ ଶ୍ରୀ ରାଣା ପୃଥ୍ୱୀରାଜ ସିଂ ପ୍ରମୁଖ ଉଦଘାଟନୀ ଅଧିବେଶନରେ ଯୋଗ ଦେଇ ବିକଶିତ ଓଡ଼ିଶା ୨୦୩୬ ଏବଂ ବିକଶିତ ଭାରତ ୨୦୪୭ ଗଠନ ପରିପ୍ରେକ୍ଷୀରେ ନିଜ ନିଜର ଦୂରଦୃଷ୍ଟି ସମ୍ପନ୍ନ ଆଭିମୁଖ୍ୟ ଉପସ୍ଥାପନ କରିଥିଲେ। ଏହି ସମ୍ମିଳନୀରେ ବିଶେଷଜ୍ଞ, ନାଗରିକ ସମାଜ, ଶିକ୍ଷାବିତ, ସରକାରୀ ଅଧିକାରୀ ଆଦି ବିଭିନ୍ନ ବର୍ଗରୁ ଜନସାଧାରଣ ଯୋଗ ଦେଇଛନ୍ତି ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















