होम City Bhadrak ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

ବନ୍ତରେ ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ

1697

ଭଦ୍ରକ(ନି.ପ୍ର) ଭଦ୍ରକ ଜିଲ୍ଲା ବନ୍ତ ବ୍ଲକରେ ମଙ୍ଗଳବାର ପ୍ରଥମ କରୋନା ଆକ୍ରାନ୍ତ ଚିହ୍ନଟ ହେବା ପରେ ପ୍ରଶାସନ ପକ୍ଷରୁ କଟକଣା କଡ଼ାକଡ଼ି କରାଯାଇଛି । ଚାରିଗାଁ ଗ୍ରାମରେ ସମ୍ପୃକ୍ତ ଆକ୍ରାନ୍ତ ଚିହ୍ନଟ ହୋଇଥିବାରୁ ଉକ୍ତ ଗ୍ରାମକୁ ପ୍ରଶାସନ ପକ୍ଷରୁ ସିଲ୍ କରାଯାଇଛି । ସକାଳେ ବିଡିଓ , ଅତିରିକ୍ତ ତହସିଲଦାର , ଆଗରପଡ଼ା ଥାନାଧିକାରୀ , ସହକାରୀ ଯନ୍ତ୍ରୀ , ବ୍ଲକ ଯୋଗାଣ ଅଧିକାରୀ ଓ ସରପଞ୍ଚ ଉକ୍ତ ଗ୍ରାମରେ ପହଞ୍ଚି ପରିସ୍ଥିତି ଅନୁଧ୍ୟାନ କରିଥିଲେ । ଗ୍ରାମର ସମସ୍ତ ପ୍ରବେଶ ପଥ ସମେତ ଦୋକାନ ବଜାରକୁ ବନ୍ଦ କରିଦିଅ।ଯାଇଛି। ।