Home International ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ

ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ

55

ଡେସ୍କ (୧ ମାର୍ଚ୍ଚ ୨୦୨୬): ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧରେ, ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣରେ ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁ ଘଟିଛି । ପ୍ରଥମେ ଏହି ସୂଚନା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗଣମାଧ୍ୟମକୁ ସୂଚନା ଦେଇଥିଲେ, ଯାହାକୁ ଇରାନ ପ୍ରଥମେ ଖଣ୍ଡନ କରିଥିଲା । ମାତ୍ର ପରବର୍ତ୍ତୀ ସମୟରେ ସ୍ୱୀକାର କରିଥିଲା । ଆୟତୋଲ୍ଲା ଅଲି ଖେମିନିଙ୍କ ମୃତ୍ୟୁକୁ ନେଇ ୪୦ ଦିନିଆ ଶୋକ ଘୋଷଣା କଲା ଇରାନ । ଜାତୀୟ ଗଣମାଧ୍ୟମରେ ଏହି ସମ୍ପର୍କିତ ଖବର ପ୍ରକାଶ ପାଇଛି ।

ଗତ କିଛି ଦଶନ୍ଧି ମଧ୍ୟରେ ଇରାନ ଉପରେ ଏହା ସବୁଠାରୁ ବଡ଼ ଓ ଶକ୍ତିଶାଳୀ ଆକ୍ରମଣ ଥିଲା ଏବଂ ଏଥିରେ ଖେମିନିଙ୍କ ସମେତ ତାଙ୍କର ଅନେକ ପରିବାର ବର୍ଗ ଏବଂ ଅନେକ ଶୀର୍ଷ ନେତାଙ୍କର ମୃତ୍ୟୁ ହୋଇଛି । ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ କହିଛନ୍ତି ଯେ, ଏହି ଆକ୍ରମଣରେ ଖେମିନିଙ୍କ ବାସଭବନ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି ।

ସୁପ୍ରିମ ଲିଡର୍‌ଙ୍କ ସମେତ ବହୁ ନେତା ଓ କମାଣ୍ଡରଙ୍କ ମୃତ୍ୟୁ ପରେ ମଧ୍ୟ ଇରାନର ଆକ୍ରମଣ କମିନାହିଁ । ଇରାନ ଦୁବାଇ, ବାହାରିନ, କୁଏତ ସମତେ ମଧ୍ୟପ୍ରଚ୍ୟର ଅନେକ ଦେଶରେ ଥିବା ଆମେରକୀୟ କାର୍ଯ୍ୟାଳୟ ଉପରେ ଆକ୍ରମଣ ଜାରି ରଖିଛି । ବୁର୍ଜ ଖଲିଫା ଉପରେ ମଧ୍ୟ ଆକ୍ରମଣ ହୋଇଥିବା ସୂଚନା ମିଳିଛି ।