Home State Odisha ୭୩ ବର୍ଷ ଏକାଠି ବଞ୍ଚିଲେ, ହାତ ଧରାଧରି ହୋଇ ଏକାଠି ଚାଲିଗଲେ

୭୩ ବର୍ଷ ଏକାଠି ବଞ୍ଚିଲେ, ହାତ ଧରାଧରି ହୋଇ ଏକାଠି ଚାଲିଗଲେ

1600

ଆମେରିକା ୨୯ /୦୪ : ଏ କୌଣସି ଗପ ,ଉପନ୍ୟାସ କି ଫିଲ୍ମର କାହାଣୀ ନୁହେଁ ଏକ ବାସ୍ତବିକ୍‌ ଘଟଣା। ସାରା ବିଶ୍ୱ ଏବେ କରୋନା କବଳରେ । ଦିନକୁ ଦିନ ମୃତ୍ୟୁ ସଂଖ୍ୟା ଓ ସଂକ୍ରମିତଙ୍କ ସଂଖ୍ୟା ବଢ଼ି ଚାଲିଛି । ଅନେକ ଜୀବନ ନାଟକର ଅବସାନ ଘଟୁଛି ଏହି କରୋନାର ଯୁଦ୍ଧରେ । ମୃତ୍ୟୁ ପୂର୍ବରୁ କିଏ କଣ କେବେ ଆଇ ଲଭି ୟୁ କହିପାରେ । ପୁଣି କରୋନା ଭଳି ରାକ୍ଷସ ପାଖରେ । କିନ୍ତୁ ଆମେରିକାର ଏହି ବୃଦ୍ଧ ଦମ୍ପତି ହସି ହସି ଜୀବନ ହାରିଥିଲେ ।

CNN ନ୍ୟୁଜ୍‌ରେ ପ୍ରକାଶିତ ସୂଚନା ମୁତାବକ, କରୋନାରେ ଆକ୍ରାନ୍ତ ହୋଇ ମେରୀ କେପଲର ଓ ତାଙ୍କ ସ୍ୱାମୀ  ୱିଲଫୋର୍ଡ  କିଛି ସମୟ ଏକାଠି ବିତେଇ ସବୁଦିନ ପାଇଁ ଆଖିବୁଜି ଦେଇଛନ୍ତି । ସଂକ୍ରମିତ ହେବା ପରେ ଉଭୟ ୱିସ୍କୋନସିନ୍‌ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ । ସେମାନେ କେମିତି  ଏଥିରେ ସଂକ୍ରମିତ ହେଲେ ଏହା ପରିବାର ଲୋକେ ଜାଣିନାହାଁନ୍ତି ବୋଲି  କହିଛନ୍ତି ।ଉଭୟ କରୋନା ରୋଗରେ ପୀଡ଼ିତ ହେବା ପରେ ସେମାନଙ୍କର ଶେଷ ମୁହୂର୍ତ୍ତରେ ଏକାଠି ରହିଥିଲେ , ଯାହାକି ଅନେକ ସମୟରେ ଅଧିକାଂଶ କରୋନା ରୋଗୀ ସେମାନଙ୍କର ପ୍ରିୟଲୋକଙ୍କ ସହ କରିପାରନ୍ତି ନାହିଁ । ୭୩ ବର୍ଷ ଉଭୟ ଦମ୍ପତି ଏକାଠି ବଞ୍ଚିବା ପରେ ଶେଷ ସମୟରେ ପାଖାପାଖି ରହିଥିଲେ ଏବଂ ଶନିବାର ଦିନ ମୃତ୍ୟୁ ପୂର୍ବରୁ ଶେଷଥର ପାଇଁ ପରସ୍ପରକୁ କହିଥିଲେ “ଆଇ ଲଭ୍ ୟୁ” । ଏହି କଥା ସେମାନଙ୍କର ନାତୁଣୀ ନାତାଲି ଲାମେକା  କହିଥିଲେ । ଯାହାକୁ ଦେଖି ସେଠାରେ ଉପସ୍ଥିତ ଲୋକଙ୍କ ଆଖିରେ ଲୁହ ଆସି ଯାଇଥିଲା । ଶେଷ ବେଳରେ ପରସ୍ପରର ହାତ ଧରି ବୟସ୍କ ଦମ୍ପତି ଚିରଦିନ ପାଇଁ  ଏ ଦୁନିଆରୁ ବିଦାୟ ନେଇଥିଲେ । ଯେମିତି ଲାଗୁଥିଲା  କରୋନା ହାରି ଯାଇଛି  , କିନ୍ତୁ ସେମାନଙ୍କର ଭଲ ପାଇବା  ଓ  ଏକତ୍ର ରହିବାର ମୁହୂର୍ତ୍ତକୁ ଛଡ଼େଇ ନେଇ ପାରିନି । ପୁରା ଜୀବନ ହାତ ଧରାଧରି ହୋଇ ବାଟ ଚାଲୁଥିଲେ , ଶେଷ ସମୟରେ ବି ହାତ ଧରା ଧରି ହୋଇ ଚାଲିଗଲେ ଅଫେରା ରାଇଜ ।