ନୂଆଦିଲ୍ଲୀ: ୱାର୍ଲଡ ଓଡ଼ିଶା ସୋସାଇଟି ତରଫରୁ ଆନ୍ତର୍ଜାତୀୟ ମହିଳା ଦିବସକୁ ‘ଶକ୍ତି ଉତ୍ସବ’ ନାମରେ ନୂଆଦିଲ୍ଲୀଠାରେ ପାଳନ କରାଯାଇଛି। ଦିଲ୍ଲୀର ଏକ ନମ୍ବର ରାଇସୀନା ମାର୍ଗ ସ୍ଥିତ ପ୍ରେସ କ୍ଲବ ଅଫ ଇଣ୍ଡିଆର ସମ୍ମିଳନୀ କକ୍ଷରେ ଏହି ଭବ୍ୟ ସମାରୋହ ଅନୁଷ୍ଠିତ ହୋଇଥିଲା। ଏହି ଉତ୍ସବରେ ଦିଲ୍ଲୀ ଓ ଜାତୀୟ ରାଜଧାନୀ କ୍ଷେତ୍ରର ବହୁ ବିଶିଷ୍ଟ ବ୍ୟକ୍ତିବିଶେଷ ଯୋଗ ଦେଇଥିବା ବେଳେ ଆଭାସୀ ମଂଚ ଜରିଆରେ ସାରା ବିଶ୍ୱରୁ ବହୁ ଅଗ୍ରଣୀ ନାରୀନେତ୍ରୀ, ୱାର୍ଲଡ ଓଡ଼ିଶା ସୋସାଇଟିର କର୍ମକର୍ତ୍ତା ଓ ସଦସ୍ୟ, ପ୍ରବାସୀ ଓଡ଼ିଆ ତୁଙ୍ଗ ନେତୃବୃନ୍ଦ ଏବଂ ଭାରତର ବିଭିନ୍ନ ପ୍ରଦେଶ ତଥା ବିଦେଶରେ ଅବସ୍ଥାପିତ ଓଡ଼ିଆ ସମାଜ ଗୁଡ଼ିକର ଛାମୁଆ ପ୍ରତିନିଧିମାନେ ସାମିଲ ହୋଇଥିଲେ । ୱାଓସୋ ପକ୍ଷରୁ ପଂଚମ ଥର ପାଇଁ ଆୟୋଜନ କରାଯାଇଥିବା ଶକ୍ତି ଉତ୍ସବକୁ କେନ୍ଦ୍ରକରି ଉତ୍ସବ ସ୍ଥଳରେ ଉଭୟ ଆୟୋଜକ ଓ ଆଗନ୍ତୁକମାନଙ୍କ ମଧ୍ୟରେ ବେଶ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ପରିଲକ୍ଷିତ କରାଯାଇଥିଲା। ସମାବେଶକୁ ସମ୍ବୋଧନ କରି ମୁଖ୍ୟବକ୍ତା ୱାଓସୋର ପ୍ରତିଷ୍ଠାତ୍ରୀ ଡଃ. ଅରୁନ୍ଧତୀ ଦେବୀ ସମାଜର ସବୁ ସ୍ତରରେ ମହିଳାମାନେ ସ୍ୱୟଂସଂପନ୍ନା ହେବା ଦିଗରେ ଗୁରୁତ୍ୱ ଦେବା ସହ ୱାଓସୋ ପକ୍ଷରୁ ମହିଳା ବର୍ଗଙ୍କୁ ସଂପନ୍ନ ଓ ସଶକ୍ତ କରିବା ନେଇ ଚାଲୁଥିବା ପ୍ରୟାସକୁ ଭୂୟସୀ ପ୍ରଶଂସା କରିଥିଲେ। ଉତ୍ସବରେ ୱାଓସୋର ଅଧ୍ୟକ୍ଷ କିଶୋର ଦ୍ୱିବେଦୀ ସ୍ୱାଗତ ଭାଷଣ ପ୍ରସଙ୍ଗରେ ୱାର୍ଲଡ ଓଡ଼ିଶା ସୋସାଇଟିର ମହିଳା ସଦସ୍ୟାମାନେ ଏହି ସଂସ୍ଥାକୁ ଆରମ୍ଭ ସମୟରେ ମାତ୍ର କୋଡ଼ିଏଟି ଦେଶର ସଦସ୍ୟତାରୁ ଆଜି ଚଉସ୍ତରୀଟି ଦେଶ ପର୍ଯ୍ୟନ୍ତ ପହଂଚାଇବା ଦିଗରେ ବଳିଷ୍ଠ ଭୂମିକା ଗ୍ରହଣ କରି ଆସିଥିବା ପ୍ରକାଶ କରିଥିଲେ । ୱାଓସୋର ଉପଦେଷ୍ଟା ନଳିନୀ ରଞ୍ଜନ ମହାନ୍ତି, ପ୍ରାକ୍ତନ ରାଷ୍ଟ୍ରଦୂତ ଅମରେନ୍ଦ୍ର ଖଟୁଆ, ବରିଷ୍ଠ ପ୍ରଶାସକ ସଂଜୀବ ପାଟ୍ଟଯୋଶୀ, ଭାରତୀୟ ପ୍ରେସ କ୍ଲବର ପୂର୍ବତନ ସଭାପତି ଗୌତମ ଲହିରି, କାନବେରାରୁ ୱାଓସୋର ଉପାଧ୍ୟକ୍ଷ ଡଃ. ନଳିନୀ ପତି, ମାେଂଚଷ୍ଟରରୁ ମହାସଚିବ ଶିବ ରଞ୍ଜନ ବିଶ୍ୱାଳ, ଟରୋଟୋଂରୁ ମହିଳା ଶାଖା ସଭାପତି ଡଃ. ସୁନନ୍ଦା ମିଶ୍ର ପଣ୍ଡା, ବିଶ୍ୱରେ ମହିଳାମାନଙ୍କର ସାଂପ୍ରତିକ ସମସ୍ୟା ଓ ସୁଯୋଗ ଉପରେ ବିସ୍ତୃତ ଭାବରେ ଆଲୋଚନା କରିଥିଲେ । ୱାଓସୋର ସାଧାରଣ ସଂପାଦକ ପୁଷ୍ପାଞ୍ଜଳି ବାରିକ ଧନ୍ୟବାଦ ଅପର୍ଣ କରିଥିଲେ। ଶକ୍ତି ଉତ୍ସବ ଅବସରରେ ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ସମାଜ ସେବା କ୍ଷେତ୍ରରେ ଉଲ୍ଲେଖନୀୟ କାର୍ଯ୍ୟ କରୁଥିବା ମହୀୟସୀ ମହିଳାମାନଙ୍କୁ ମହାନାରୀ ସମ୍ମାନ ଓ ନାରୀରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ରୋଟାରୀର ପୂର୍ବତନ ଜିଲ୍ଲା ଗଭର୍ଣ୍ଣର, ସ୍ୱନାମଧନ୍ୟ ସମାଜସେବୀ ତଥା ଲୁମିନସ୍ ଇନଫୋୱେଜର ସହ ପ୍ରତିଷ୍ଠାତ୍ରୀ ଓ ସଭାପତି ଜୟଶ୍ରୀ ମହାନ୍ତି ଏବଂ ପ୍ରଖ୍ୟାତ ଓଡ଼ିଶୀ ନୃତ୍ୟଶିଳ୍ପୀ ତଥା ଶିକ୍ଷାବିତ ପୂର୍ଣ୍ଣଶ୍ରୀ ରାଉତଙ୍କୁ ମହିଳା ସଶକ୍ତିକରଣ କ୍ଷେତ୍ରରେ ସେମାନଙ୍କର ଉଲ୍ଲେଖନୀୟ ଅବଦାନ ପାଇଁ ମହାନାରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ସମାଜର ବିଭିନ୍ନ କ୍ଷେତ୍ରରେ ନାରୀ ଉତ୍ଥାନ ନେଇ ମହତ୍ୱପୂର୍ଣ୍ଣ ଯୋଗଦାନ ଦେଇ ଆସୁଥିବା ପ୍ରମୁଖ ମହିଳା ଯଥା: ଡଃ. କିରଣ ଜୈନ, ସରିତା ମହାପାତ୍ର, ଡଃ. ହରପ୍ରିୟା ଧଳ, ପୂଜା ଖଣ୍ଡୁଆଳ, ଡଃ. ଚନ୍ଦନା ରାଉଳ, ସୁଜାତା ଚୌଧୁରୀ, ସବିତା ସାହୁ, ଶୁଭ୍ରଲୀନା ମହାନ୍ତି, ସ୍ନିଗ୍ଧା ଦାସ, ବନ୍ଦନା ମହାନ୍ତି, ମଧୁମିତା ନାୟକ ସାହୁ, ଦୀପିକା ମିଶ୍ର, ମୃଣ୍ମୟୀ ପ୍ରିୟଦର୍ଶିନୀ, ଅଭୀପ୍ସା ରଥ, ଦୀପାଳୀ ପାଣି, ନିବେଦିତା ଜେନା, ପ୍ରଦୋଷ କୁମାରୀ, ସଙ୍ଗୀତା ମହାନ୍ତି, ପ୍ରିୟତମା କର, ସୀମରନ୍ ଜମାନ, ଅର୍ଚ୍ଚନା ପରିଡ଼ା, ସ୍ୱପ୍ନାରାଣୀ ରାଉତ ଏବଂ ରେଣୁକା ଜେନା ପ୍ରମୁଖଙ୍କୁ ନାରୀରତ୍ନ ପୁରସ୍କାର ପ୍ରଦାନ କରାଯାଇଥିଲା। ବେଙ୍ଗାଲୁରୁସ୍ଥିତ ବରିଷ୍ଠ ସାମ୍ବାଦିକ ରଞ୍ଜନ ଆଚାର୍ଯ୍ୟ ଏବଂ ବି .ଏମ୍. ଫାଉଣ୍ଡେସନର ପ୍ରତିଷ୍ଠାତା ବ୍ରଜ ପଣ୍ଡାଙ୍କୁ ମହିଳା ସଶକ୍ତିକରଣ ନେଇ ତାଙ୍କର ବିଶେଷ ଯୋଗଦାନ ଯୋଗୁଁ ଏହି ଅବସରରେ ସ୍ୱତନ୍ତ୍ର ଭାବରେ ସମ୍ବର୍ଦ୍ଧିତ କରାଯାଇଥିଲା। ଉପସ୍ଥାପିକା ପ୍ରତିମା ଶର୍ମା କାର୍ଯ୍ୟକ୍ରମକୁ ସଂଚାଳନ କରିଥିବା ବେଳେ ନନ୍ଦନ ଦ୍ୱିବେଦୀ ଓ ଅଙ୍କିତ ମୌର୍ଯ୍ୟ ଡିଜିଟାଲ କକ୍ଷକୁ ଦକ୍ଷତାର ସହିତ ପରିଚାଳନା କରିଥିଲେ। ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ବଦ୍ରି ମହାପାତ୍ର, ସୁଧୀର କୁମାର ଦାଶ,ସଂଗ୍ରାମ ମିଶ୍ର, ମନ୍ମଥ କୁମାର ରାଉତ, ତନ୍ମୟ ମହାନ୍ତି, ବରିଷ୍ଠ ସାମ୍ବାଦିକ ରବୀନ୍ଦ୍ର ମିଶ୍ର, ନିଗମାନନ୍ଦ ପୃଷ୍ଟି, ସଂଜୀବ ଆଚାର୍ଯ୍ୟ, ସଂଗ୍ରାମ ପାଢ଼ୀ, ଉମାକାନ୍ତ ଜେନା, ରବି ପାଣି, ବିଷ୍ଣୁ ପ୍ରଧାନ, ଅନିନ୍ଦିତା ଦାସ, ବିନାୟକ ଦାସ, ବିମଳ ଭଲ, ସତ୍ୟ ନାରାୟଣ ସାହୁ, ଅକ୍ଷୟ ମହାନ୍ତି , ହୃଷୀକେଶ ପାତ୍ର, ଡଃ. ତପନ ମହାନ୍ତ, ଡଃ ସ୍ମୃତି ରଞ୍ଜନ ନାୟକ, ଜ୍ଞାନ ପ୍ରକାଶ ଜେନା, ଡଃ. ନିବେଦିତା ଗିରି, ଆଚାର୍ଯ୍ୟ ଅଭିମନ୍ୟୁ, ରୀତା ପାତ୍ର, ଶ୍ରୀମନ୍ତ ବିଶ୍ୱାଳ, ସୁରଞ୍ଜିତା ରଣା ଓ ଆଦିତ୍ୟ ପାତ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.














