Home State Odisha ଡାଟା ସେଣ୍ଟର ପ୍ରକଳ୍ପ: ଜଳ ଓ ବିଦ୍ୟୁତ ସଙ୍କଟ ଆଶଙ୍କା କଲେ ବିରୋଧୀ

ଡାଟା ସେଣ୍ଟର ପ୍ରକଳ୍ପ: ଜଳ ଓ ବିଦ୍ୟୁତ ସଙ୍କଟ ଆଶଙ୍କା କଲେ ବିରୋଧୀ

24

ଭୁବନେଶ୍ୱର: ଶିଳ୍ପ ମୋହରେ ପଡ଼ି ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧା ସମେତ ରାଜ୍ୟବାସୀଙ୍କୁ ମହାଦୁଃଖ ଭିତରକୁ ଠେଲି ଦେଉଛନ୍ତି ରାଜ୍ୟ ସରକାର । ମୁଣ୍ଡଳିଠାରେ ଆଦାନୀ ପକ୍ଷରୁ ହେବାକୁଥିବା ଡାଟା ସେଣ୍ଟର ଯୋଗୁ ଏହି ୪ଟି ଅଞ୍ଚଳର ଲୋକେ ଯେ କେବଳ ପାଣି ପାଇଁ ଡହଳବିକଳ ହେବେ ତାହା ନୁହେଁ, ଶବ୍ଦ ଓ ବାୟୁ ପ୍ରଦୂଷଣ ବଳୟ ଭିତରେ ରହି ଛଟପଟ ହେବେ । ରାଜ୍ୟକୁ ମିଳିବ ମାତ୍ର ୧ହଜାର ନିଯୁକ୍ତି । ସରକାର ଏହାର ପରିବେଶ ପ୍ରଭାବ ଆକଳନ ନ କରି କିଭଳି ଉଚ୍ଚ କ୍ଷମତା ସମ୍ପନ୍ନ କମିଟି ବୈଠକରେ ଆଦାନୀକୁ ପ୍ଲାଣ୍ଟ ପ୍ରତିଷ୍ଠା ପାଇଁ ଅନୁମତି ଦେଲେ ବୋଲି ବିରୋଧୀ ଦଳ ଉପନେତା ପ୍ରସନ୍ନ ଆ·ର୍ଯ୍ୟ ଗୃହର ଶୂନ୍ୟକାଳରେ ପ୍ରଶ୍ନ ଉଠାଇଛନ୍ତି । ସେ କହିଛନ୍ତି, ଆଦାନୀ ପକ୍ଷରୁ ହେବାକୁଥିବା ୧.୪ ଲକ୍ଷ କୋଟିର ଡାଟା ସେଣ୍ଟର ନିଶ୍ଚିତ ଭାବେ ଶିଳ୍ପ ଭିତ୍ତିଭୂମିକୁ ସୁଦୃଢ଼ କରିବ । ମାତ୍ର ଏହି ଡାଟା ସେଣ୍ଟର ପାଇଁ ଦିନକୁ ୩ କୋଟି ଲିଟର ଜଳର ଆବଶ୍ୟକତା ରହିଥିବାବେଳେ୨ରୁ ୪ କୋଟି ଜଳ ବିଦ୍ୟୁତ ଶକ୍ତି ଟାଣିବ । ଯଦି ମୁଣ୍ଡଳି ନିକଟରେ ଏହି ପ୍ରକଳ୍ପ ସ୍ଥାପନ ହୁଏ ତେବେ ଭୁବନେଶ୍ୱର, କଟକ, ପୁରୀ ଓ ଖୋର୍ଦ୍ଧାବାସୀଙ୍କୁ ଆଉ ପାଣି ଟୋପେ ପିଇବାକୁ ମିଳିବନାହିଁ । ସରକାର ଏବେ ତ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଇ ପାରୁନାହାନ୍ତି, ସେତେବେଳେ କିଭଳି ବିଦ୍ୟୁତ ସରବରାହ ହେବ ତାହା ସ୍ପଷ୍ଟ ଅନୁମେୟ । ଆ·ର୍ଯ୍ୟ ପୁଣି କହିଛନ୍ତି, ଉକ୍ତ ପ୍ରକଳ୍ପ ଲାଗି ସରକାର ୨୫୦ ଏକର ଜମି ଯୋଗାଇବାକୁ ସ୍ୱୀକୃତି ଦେଇଛନ୍ତି । ତେବେ ଏହାକୁ କେଉଁ ଦରରେ ଦେବେ ତାହା ଗୃହକୁ ଜଣାନ୍ତୁ । ଏଥିସହ ସରକାର କେତେ ରାଜସ୍ୱ ପାଇବେ ତାହା ଦର୍ଶାଇବାକୁ ସେ ଦାବି କରିଥିଲେ । ଏହି ପ୍ରସଙ୍ଗରେ ସ୍ୱର ମିଳାଇ ବିଜେଡିର ବରିଷ୍ଠ ସଦସ୍ୟ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ଆମେରିକାର ପୃଷ୍ଠଭୂମି ବଦଳିଛି । ସେଥିପାଇଁ ଆଦାନୀକୁ ସେଠାରେ ଅନୁମତି ମିଳିଲା ନାହିଁ । ହେଲେ ଆମ ମୁଖ୍ୟମନ୍ତ୍ରୀ ଦୁବାଇ ଗସ୍ତରେ ଯାଇ ଆଦାନୀକୁ ଡାକି ଆଣିଛନ୍ତି । ·ଇନା ଯଦି ସମୁଦ୍ର ଭିତରେ ଡାଟା ସେଣ୍ଟର କରିପାରୁଛି ତେବେ ଆଦାନୀ କାହିଁକି କରିବନାହିଁ ।