Home State Maharashtra ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

ମୁମ୍ବାଇର ଖାରଘରଠାରେ ରଥଯାତ୍ରାର ଭବ୍ୟ ଆୟୋଜନ

19

ନଭି ମୁମ୍ବାଇ; ନଭି ମୁମ୍ବାଇର ଖାରଘରଠାରେ ଅବସ୍ଥିତ ଏକମାତ୍ର ଜଗନ୍ନାଥ ମନ୍ଦିରରେ ମହାସମାରୋହରେ ରଥଯାତ୍ରା ପର୍ବ ପାଳନ କରାଯାଇଛି । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘ (ମୋୱା) ଦ୍ୱାରା ଆୟୋଜିତ ଏହି ଭବ୍ୟ ମହୋତ୍ସବକୁ କେନ୍ଦ୍ର କରି ସମଗ୍ର ଖାରଘର ଇଲାକା ଜଗନ୍ନାଥମୟ ହୋଇଉଠିଥିବା ଦେଖାଯାଇଥିଲା । ହରିବୋଲ, ହୁଳହୁଳି ଓ ଜୟ ଜଗନ୍ନାଥ ଧ୍ୱନିରେ ପୁରା ପରିବେଶ ମୁଖରିତ ହେବା ସଙ୍ଗକୁ ମନ୍ତ୍ରର ସୁମଧୁର ନାଦରେ ଗଗନ ପବନ ପ୍ରକମ୍ପିତ ହୋଇଉଠିଥିବା ଲକ୍ଷ୍ୟ କରା ଯାଇଥିଲା । ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ସାମ୍ନାରେ ମଙ୍ଗଳ ଆଳତି ଓ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ଦୁଇପହରରେ ·ରି ଠାକୁରଙ୍କୁ ଧାଡ଼ି ପହଣ୍ଡି କରାଯାଇ ମନ୍ଦିର ସାମ୍ନାରେ ଦଣ୍ଡାୟମାନ ସୁସଜ୍ଜିତ ରଥ ଉପରକୁ ନିଆଯାଇଥିଲା । ରାଜକୀୟ ଠାଣିରେ କୋଟି ବ୍ରହ୍ମାଣ୍ଡର ମହାନାୟକ ଶ୍ରୀ ଜଗନ୍ନାଥ, ତାଙ୍କର ଜ୍ୟେଷ୍ଠ ଭ୍ରାତା ଶ୍ରୀ ବଳଭଦ୍ର, କନିଷ୍ଠ ଭଗ୍ନୀ ଦେବୀ ସୁଭଦ୍ରା ଏବଂ ପ୍ରଭୁ ସୁଦର୍ଶନଙ୍କର ରଥାରୂଢ଼ ହେବାର ଦୃଶ୍ୟ ବେଶ ହୃଦୟସ୍ପର୍ଶୀ ଥିଲା । ଏହା ଭକ୍ତ ଓ ଭଗବାନଙ୍କର ମିଳନର ଅନନ୍ୟ ଓ ଅପୂର୍ବ ସୁଯୋଗ ଥିଲା । ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଂଘର ସଭାପତି ଏବଂ ଟ୍ରଷ୍ଟି ତଥା ମୁଖ୍ୟ ସେବକ ଡ. ଭଗବାନ ପଣ୍ଡା ରଥ ଉପରେ ସୁବର୍ଣ୍ଣ ଝାଡ଼ୁରେ ଛେରାପହଁରା କାର୍ଯ୍ୟ ସମାପନ କରିଥିଲେ । ଏହାପରେ ଅପରାହ୍ନରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ଜାତି, ଧର୍ମ ଓ ବର୍ଣ୍ଣ ନିର୍ବିଶେଷରେ ଉପସ୍ଥିତ ଦଶହଜାର ଓଡ଼ିଆ ଓ ଅଣଓଡ଼ିଆ ଶ୍ରଦ୍ଧାଳୁ ଯେଉଁ ଅସୀମ ଉତ୍ସାହ, ଅଜସ୍ର ଉଲ୍ଲାସ ଓ ଅଦମ୍ୟ ଉଦ୍ଦୀପନା ସହିତ ରଥଟିକୁ ଟାଣି ଟାଣି ନେଉଥିଲେ, ତାହାର ଦୃଶ୍ୟ ଅଭୂତପୂର୍ବ ଥିଲା । ସୌହାର୍ଦ୍ଦ୍ୟ ଓ ସଦ୍ଭାବନାର ଏହା ଏକ ନିଆରା ଦୃଷ୍ଟାନ୍ତ ବନିଥିଲା । ସନ୍ଧ୍ର୍ୟା ସମୟରେ ରଥ ଗୁଣ୍ଡି· ମନ୍ଦିର ସାମ୍ନାରେ ପହଞ୍ଚିଥିଲା । ଏଠାରେ ରୋଷଣୀ କରାଯାଇ ·ରି ଠାକୁରଙ୍କୁ ରଥ ଉପରୁ ମନ୍ଦିର ମଧ୍ୟକୁ ନିଆଯାଇ ସେଠାକାର ଆଡ଼ପ ମଣ୍ଡପରେ ଆସୀନ କରାଯାଇଥିଲା । ରଥ ଉତ୍ସବର ବିଶେଷ ଆକର୍ଷଣ ଭାବରେ ଗୁଣ୍ଡି· ମନ୍ଦିରଠାରେ ‘ମୋୱା’ ତରଫରୁ ବିଶେଷ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କୀର୍ତ୍ତନର ସୁମଧୁର ସ୍ୱର ସାଙ୍ଗକୁ ମହାପ୍ରସାଦର ମହମହ ସୁଗନ୍ଧ ଶ୍ରଦ୍ଧାଳୁମାନଙ୍କୁ ନିବିଡ଼ ସୂତ୍ରରେ ବାନ୍ଧି ରଖିବାର ଅନୁଭୂତି ଅଲୌକିକ ଥିଲା । ଜୁଲାଇ ୨୭ ତାରିଖ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ପ୍ରତ୍ୟେକ ଦିନ ସନ୍ଧ୍ର୍ୟାରେ ମନ୍ଦିର ପରିସରରେ ସାଂସ୍କୃତିକ କାର୍ଯ୍ୟକ୍ରମ ସହ ଅନ୍ନପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି । ସମଗ୍ର ରଥଯାତ୍ରା ଉତ୍ସବକୁ ସୁ·ରୁ ରୂପେ ଆୟୋଜନ କରିବାରେ ମହାରାଷ୍ଟ୍ର ଓଡ଼ିଆ କଲ୍ୟାଣ ସଙ୍ଘର ଟ୍ରଷ୍ଟିବୃନ୍ଦ ଯଥା: ସଭାପତି ଓ ମୁଖ୍ୟ ସେବକ ଡକ୍ଟର ଭଗବାନ ପଣ୍ଡା, ସାଧାରଣ ସମ୍ପାଦକ ବଳରାମ ପାତ୍ର, କୋଷାଧକ୍ଷ ଡ. ମନୋଜ କୁମାର ନାୟକ, ଡ. କେତନ ଗୋଖଲେ, ବିଷ୍ଣୁ ଚରଣ ଖଟୁଆ, କ୍ୟାପ୍ଟେନ ଏସ. ପି. ରାଓ, ବିଘ୍ନରାଜ ପରିଡ଼ା, ମାଗୁଣି ରାଉତ ଏବଂ ଉପ-ସଭାପତି ·ଟାର୍ ଏକାଉଣ୍ଟାଣ୍ଟ ପବିତ୍ର ମୋହନ ମହାପାତ୍ର ତଥା ଡ. ରବିନାରାୟଣ ମିଶ୍ର ଓ ଡ. ସୁଧାରଞ୍ଜନ ସାହୁଙ୍କ ନେତୃତ୍ୱରେ ବରିଷ୍ଠ ଉପଦେଷ୍ଟା ମଣ୍ଡଳୀ, ପରି·ଳନା କମିଟିର ଅନ୍ୟାନ୍ୟ ସଦସ୍ୟବୃନ୍ଦ ଏବଂ ସ୍ୱେଚ୍ଛାସେବକ ମାନେ ଉଲ୍ଲେଖନୀୟ ଭୂମିକା ନିର୍ବାହ କରିଥିଲେ ।