ନୋଏଡା; ନୋଏଡାର ସେକ୍ଟର ୬୧ସ୍ଥିତ ରୟାଲ ଗାର୍ଡେନ ଇଷ୍ଟେଟ ପରିସରରେ ଅବସ୍ଥିତ ଶ୍ରୀ ସ୍ୱର୍ଣ୍ଣକ୍ଷେତ୍ରଠାରେ ମହାସମାରୋହରେ ରଥଯାତ୍ରା ଉତ୍ସବ ପାଳନ କରାଯାଇଥିବା ଜଣାଯାଇଛି । ଏହି ପବିତ୍ର ପାର୍ବଣ ଉପଲକ୍ଷେ ବଢ଼ି ଭୋରରୁ ମନ୍ଦିର ମଧ୍ୟରେ ହୀନ୍ଦୁ ରୀତିନୀତି ଅନୁଯାୟୀ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା । ସକାଳ ୮ ଟା ସମୟରେ ଠାକୁରମାନଙ୍କର ଘୋଡ଼ାଗାଡ଼ି ରଥକୁ ପହଣ୍ଡି ବିଜେ ଆରମ୍ଭ ହୋଇଥିଲା । ପ୍ରଥମ ଥର ପାଇଁ ଏଠାରେ ଆୟୋଜିତ ହେଉଥିବା ରଥଯାତ୍ରାରେ ନୋଏଡାର ସେକ୍ଟର ୬୧, ୫୨, ୫୩ ଓ ୩୩ରେ ବସବାସ କରୁଥିବା ଓଡ଼ିଆ ଏବଂ ଅଣ-ଓଡ଼ିଆ ପ୍ରାୟ ୨୦୦୦ ଭକ୍ତଙ୍କର ସମାଗମ ଘଟିଥିବା ଦେଖାଯାଇଥିଲା । ହୀନ୍ଦୁ ସମ୍ମିଳନୀ ସମିତି, ରୟାଲ ଗାର୍ଡେନ ଇଷ୍ଟେଟ ମନ୍ଦିର ସମିତି ଓ ସାମୁଦାୟିକ ବିକାଶ ସମିତିର ମିଳିତ ସହଯୋଗରେ ଆୟୋଜିତ ଏହି ଘୋଷଯାତ୍ରାକୁ କେନ୍ଦ୍ର କରି ଉପସ୍ଥିତ ଶ୍ରଦ୍ଧାଳୁ ଓ ସଙ୍ଗଠକମାନଙ୍କ ମଧ୍ୟରେ ପ୍ରବଳ ଆନନ୍ଦ, ଉଲ୍ଲାସ ଓ ଉତ୍ସାହ ଦେଖିବାକୁ ମିଳିଥିଲା । ମୁଖ୍ୟ ଆୟୋଜକ ବିଶିଷ୍ଟ ସମାଜସେବୀ ତଥା ପ୍ରସିଦ୍ଧ ·ଟାର୍ ଆକାଉଣ୍ଟାଣ୍ଟ ଡ. ମନୋରଞ୍ଜନ ମହାନ୍ତିଙ୍କର ସକ୍ରୀୟ ତତ୍ତ୍ୱାବଧାନରେ ୨୦୦ ସ୍ୱେଚ୍ଛାସେବକଙ୍କ ଦ୍ୱାରା ସମସ୍ତ କାର୍ଯ୍ୟକ୍ରମ ସୁରୁଖୁରୁରେ ସମ୍ପନ୍ନ କରାଯାଇଥିଲା । ଏଠାରେ ଭାରତ ସରକାରଙ୍କ ପାଣିପାଗ ବିଭାଗର ମହାନିଦେ୍ର୍ଦଶକ ଡକ୍ଟର ମୃତ୍ୟୁଞ୍ଜୟ ମହାପାତ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଛେରା ପହଁରା କାର୍ଯ୍ୟ ବିଧିମୁତାବକ ସମ୍ପନ୍ନ କରିଥିଲେ । ଏହାପରେ ସକାଳ ୮:୩୦ ସମୟରେ ରଥଟଣା କାର୍ଯ୍ୟ ଆରମ୍ଭ ହୋଇଥିଲା । ·ରି ଠାକୁର ବିଦ୍ୟମାନ ଥିବା ସୁନ୍ଦର, ସୁଶୋଭିତ ଓ ସୁସଜ୍ଜିତ ଘୋଡ଼ାଗାଡ଼ିଟିକୁ ସେକ୍ଟର ୬୧ ସ୍ଥିତ କମ୍ୟୁନିଟି ସେଣ୍ଟର ପର୍ଯ୍ୟନ୍ତ ନିଆଯାଇଥିଲା । ରାସ୍ତାର ଦୁଇ ପାଶ୍ୱର୍ରେ ଶହ ଶହ ଭକ୍ତ ଛିଡ଼ା ହୋଇ ଜଗତର ନାଥ ଜଗନ୍ନାଥଙ୍କର ଦର୍ଶନର ସାନ୍ନିଧ୍ୟ ଲାଭ କରି ନିଜକୁ କୃତକୃତ୍ୟ ମଣୁଥିବାର ଦୃଶ୍ୟ ହୃଦୟସ୍ପର୍ଶୀ ଥିଲା । ଚତୁର୍ଦ୍ଧା ମୂର୍ତ୍ତି ଶ୍ରୀ ଜଗନ୍ନାଥ, ଶ୍ରୀ ବାଲଭଦ୍ର , ମାତା ସୁଭଦ୍ରା ଓ ଶ୍ରୀ ସୁଦର୍ଶନ ୧୬ ଜୁଲାଇରୁ ୨୪ ଜୁଲାଇ ପର୍ଯ୍ୟନ୍ତ ୯ ଦିନ ଧରି କମ୍ୟୁନିଟି ସେଣ୍ଟର ସ୍ଥିତ ମାଉସୀ ମା ଘରେ ରହି ୨୪ ଜୁଲାଇକୁ ବାହୁଡାÿ ଯାତ୍ରା କରି ରୟାଲ ଗାର୍ଡେନ ସ୍ଥିତ ଶ୍ରୀ ସ୍ୱର୍ଣ୍ଣ କ୍ଷେତ୍ର ମନ୍ଦିରକୁ ଫେରିବେ ବୋଲି ଜଣାଯାଇଛି । ଏଠାରେ ସାହାରନପୁରରୁ ଆସିଥିବା ପ୍ରସିଦ୍ଧ ଆଧ୍ୟାତ୍ମିକବିତ୍ ଆ·ର୍ଯ୍ୟ ଅଜୟ କିରଣ ଜୁଲାଇ ୨୩ ତାରିଖ ପର୍ଯ୍ୟନ୍ତ ଭାଗବତ କଥା ପ୍ରବଚନ ପ୍ରଦାନ କରିବେ ବୋଲି ଜଣାଯାଇଛି । ମନ୍ଦିରରେ ଜୁଲାଇ ୨୪ ତାରିଖରେ ବାହୁଡ଼ା ଯାତ୍ରା ମଧ୍ୟ ପ୍ରଥମ ଥର ପାଇଁ ଖୁବ ଜାକଜମକରେ ଆୟୋଜନ କରାଯିବ ବୋଲି ହୀନ୍ଦୁ ସମ୍ମିଳନୀ ସମିତିର ସଭାପତି ଡ. ମହାନ୍ତି ପ୍ରକାଶ କରିଛନ୍ତି । ଏହି ଧାର୍ମିକ ଓ ସାଂସ୍କୃତିକ ମହୋତ୍ସବର ସବିଶେଷ ବିବରଣୀକୁ ‘ଆରମ୍ଭ ଟିଭି’ ମାଧ୍ୟମରେ ସିଧା ପ୍ରସାରଣ କରାଯିବ ବୋଲି ମନ୍ଦିର ସୂତ୍ରରୁ ପ୍ରକାଶ ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.













