Home Uncategorized ପ୍ୟାକେଟ ଖାଦ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

ପ୍ୟାକେଟ ଖାଦ୍ୟକୁ ନେଇ ସୁପ୍ରିମକୋର୍ଟଙ୍କ ବଡ଼ ରାୟ

20

ନୂଆଦିଲ୍ଲୀ: ବଜାରରୁ ଚିପ୍ସ, ବିସ୍କୁଟ କିମ୍ବା ଅନ୍ୟ ପ୍ୟାକେଟ ଖାଦ୍ୟ ସାମଗ୍ରୀ କିଣିବା ସମୟରେ ଏଣିକି ପ୍ୟାକେଟ ପଛପଟେ ଲେଖା ଛୋଟ ଅକ୍ଷର ପଢ଼ିବାକୁ ପଡ଼ିବନି । ଖାଦ୍ୟରେ ଅଧିକ ଚିନି, ଲୁଣ ଓ ସାଚୁରେଟେଡ ଫ୍ୟାଟ ରହିଥିଲେ ପ୍ୟାକେଟର ସାମ୍ନା ପଟେ ସ୍ପଷ୍ଟ ଭାବେ ଚେତାବନୀ ଲେଖିବାକୁ ପଡ଼ିବ । ଏନେଇ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ନିଦେ୍ର୍ଦଶ ଦେଇଛନ୍ତି । ସୁପ୍ରିମକୋର୍ଟ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡସ ଅଥରିଟି ଅଫ ଇଣ୍ଡିଆକୁ ଏନେଇ କଡ଼ା ନିଦେ୍ର୍ଦଶ ଦେଇଛନ୍ତି । ନୂଆ ନିୟମ ଅନୁସାରେ, ଖାଦ୍ୟରେ ଅଧିକ ଫ୍ୟାଟ, ଚିନି ଓ ଲୁଣ ଥିଲେ ପ୍ରତ୍ୟେକ ପାଇଁ ଅଲଗା ଅଲଗା ଲାଲ ରଙ୍ଗର ଷଟ୍କୋଣ ଚିହ୍ନ ଲଗାଇବାକୁ ପଡ଼ିବ । ଏଥିରେ ବଡ଼ ଅକ୍ଷରରେ ‘ଐଓଏଐ ୠଇଞ’, ‘ଐଓଏଐ ଝଟଏଇଜ’ କିମ୍ବା ‘ଐଓଏଐ ଝଇଖଞ’ ଲେଖାଯିବ । ଏହି ଲାଲ ଚିହ୍ନର ଆକାର ପ୍ୟାକେଟର ସାମ୍ନା ପଟର ଅତିକମରେ ୪ରୁ ୫ ପ୍ରତିଶତ ରହିବ । ଯାହାଦ୍ୱାରା ଗ୍ରାହକ ଦୂରରୁ ମଧ୍ୟ ଏହାକୁ ସହଜରେ ଦେଖିପାରିବେ । କେଉଁ ଖାଦ୍ୟରେ କେତେ ପରିମାଣ ଚିନି, ଲୁଣ ଓ ଫ୍ୟାଟ ରହିଲେ ଚେତାବନୀ ଲଗାଯିବ, ତାହାର ସୀମା ନୂଆ କରି ସ୍ଥିର କରିବାକୁ କୋର୍ଟ କହିଛନ୍ତି । କେବଳ ଖାଦ୍ୟରେ ମିଶାଯାଇଥିବା ଚିନି ନୁହେଁ, ବରଂ ମୋଟ ଚିନି, ସାଚୁରେଟେଡ ଫ୍ୟାଟ ଓ ଲୁଣର ପରିମାଣକୁ ଆଧାର କରି ଚେତାବନୀ ଦେବାକୁ ପଡ଼ିବ । ଏଥିପାଇଁ ଊଏଓ ୨୦୨୪ର ଟେବୁଲ ୧୫.୧କୁ ଯଥାବତ୍ ଲାଗୁ ନକରି ନୂଆ ସୀମା ନିର୍ଦ୍ଧାରଣ କରିବାକୁ କୋର୍ଟ ସ୍ପଷ୍ଟ କରିଛନ୍ତି । କେବଳ ପ୍ୟାକେଟରେ ଚେତାବନୀ ଲଗାଇଦେଲେ ହେବନି, ପିଲାମାନଙ୍କୁ ମଧ୍ୟ ସୁସ୍ଥ ଖାଦ୍ୟ ଅଭ୍ୟାସ ସମ୍ପର୍କରେ ସଚେତନ କରିବାକୁ କୋର୍ଟ ଗୁରୁତ୍ୱ ଦେଇଛନ୍ତି । ଦେଶର ସ୍କୁଲଗୁଡ଼ିକରେ ପୋଷଣ ସମ୍ପର୍କିତ ଶିକ୍ଷା ଲାଗୁ କରିବା ସହ ପାଠ୍ୟକ୍ରମରେ ଆବଶ୍ୟକ ପରିବର୍ତ୍ତନ ଓ ସ୍ୱତନ୍ତ୍ର କର୍ମଶାଳା ଆୟୋଜନ କରିବାକୁ କୁହାଯାଇଛି । ପିଲାଦିନରୁ ସୁସ୍ଥ ଖାଦ୍ୟାଭ୍ୟାସ ସମ୍ପର୍କରେ ସଚେତନତା ସୃଷ୍ଟି ହେଲେ ଭବିଷ୍ୟତ ପିଢ଼ି ଜଙ୍କ ଫୁଡର କୁପ୍ରଭାବରୁ ଦୂରେଇ ରହିପାରିବେ ବୋଲି କୋର୍ଟ ଆଶା ପ୍ରକାଶ କରିଛନ୍ତି ।