ଭଦ୍ରକ: ଭଦ୍ରକର ସମୃଦ୍ଧ ଐତିହ୍ୟ, କଳା ଓ ପରଂପରାକୁ ଲୋକ ଲୋଚନକୁ ଆଣିବା ସହ ସ୍ଥାନୀୟ ଲୋକକଳାର ପ୍ରଚାର ପ୍ରସାର ପାଇଁ ଭଦ୍ରକରେ ପ୍ରଥମ ଥର ପାଇଁ ଆୟୋଜିତ ହେବାକୁ ଯାଉଛି ବୈଶାଖୀ ମେଳା – ୨୦୨୬ । ଅପ୍ରେଲ୨୬ ତାରିଖ ଠାରୁ ମେ ୫ ତାରିଖ ପର୍ଯ୍ୟନ୍ତ ଦୀର୍ଘ ୧୦ଦିନ ଧରି ଭଦ୍ରକ ନେହେରୁ ଷ୍ଟାଡିୟମ ପରିସରରେ ଆୟୋଜିତ ହେବାକୁ ଯାଉଥିବା ଏହି ମେଳାରେ ପ୍ରତି ସନ୍ଧ୍ୟାରେ ବିଭିିନ୍ନ ଲୋକକଳା ଆଧାରିତ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଶିତ ହେବ । ପ୍ରତ୍ୟେକ ଦିନ ଭଦ୍ରକ ତଥା ଆଖପାଖ ଜିଲ୍ଲାରୁ ଅନେକ ଗୁଣୀଜ୍ଞାନୀ ବ୍ୟକ୍ତି ଅତିଥି ଭାବରେ ଯୋଗଦେବାର କାର୍ଯ୍ୟକ୍ରମ ସ୍ଥିରିକୃତ ହୋଇଛି । ଏଥିସହିତ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ ବ୍ୟବସାୟୀ ସେମାନଙ୍କର ନିଜ ନିଜ ପଣ୍ୟ ଦ୍ରବ୍ୟ ବିକ୍ରୟ କରିବାକୁ ସେମାନଙ୍କ ସହମତି ପ୍ରକାଶ କରିଛନ୍ତି । ସେହିପରି ପ୍ରତ୍ୟେକ ଦିନ ମନୋରଞ୍ଜନ କାର୍ଯ୍ୟକ୍ରମ ସହିତ ମୀନାବଜାର, ରାମଦୋଳି ଓ ଚକିରି ପ୍ରଭୃତି ଏହି ମେଳାରେ ସାମିଲ ହେବେ ବୋଲି ଭାଗବତ ମଣ୍ଡପ ପରିସରରେ ଇଂ. ଅଲେଖ ଚନ୍ଦ୍ର ପାଢ଼ୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ପ୍ରସ୍ତୁତି ବୈଠକରେ ବୈଶାଖୀ ମେଳା କମିଟି ସଭାପତି ଅଜୟ ନାୟକ ପ୍ରକାଶ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ଗଦାଧର ବଳ, ଶାନ୍ତନୁ କୁମାର ରାଉତ, ଅମ୍ବିକା ବଲ୍ଲଭ ସ୍ୱାଇଁ, ଇନ୍ଦ୍ରମଣି ପଣ୍ଡା, ବାବୁଲାଲ ଦାସ, ଲକ୍ଷ୍ମୀକାନ୍ତ ବାରିକ, ଗୌରାଙ୍ଗଚନ୍ଦ୍ର ବାରିକ, ଗୀତାରାଣୀ ଆଇଚ, ବସୁମିତ୍ରା ସାହୁ, ଆଡଭୋକେଟ ମନୋରଞ୍ଜନ ଦାସ, ସୁଧାକର ରାଉତ, ନାରାୟଣଚନ୍ଦ୍ର ପାଢ଼ୀ, ରଣଜିତ ମହାପାତ୍ର, ମଦନ ନାୟକ, ରାଜେନ୍ଦ୍ର ବିଶ୍ୱାଳ ଓ ରୂପକ ବିହାରୀ ରାୟ ପ୍ରମୁଖ ଏହି ପ୍ରସ୍ତୁତି ବୈଠକରେ ଉପସ୍ଥିତ ରହି ସେମାନଙ୍କର ମତାମତ ପ୍ରଦାନ କରିଥିଲେ ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.

















