होम City Bhadrak ସଡ଼କ ସୁରକ୍ଷା କମିଟିର ୪୮ ତମ ବୈଠକ: ରାଜପଥ ଆଲୋକୀକରଣ, ବେଆଇନ ପାର୍କିଂ ରୋକିବାକୁ...

ସଡ଼କ ସୁରକ୍ଷା କମିଟିର ୪୮ ତମ ବୈଠକ: ରାଜପଥ ଆଲୋକୀକରଣ, ବେଆଇନ ପାର୍କିଂ ରୋକିବାକୁ ନିଷ୍ପତି

58

ଭଦ୍ରକ: ଜିଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ୪୮ତମ ସଡ଼କ ସୁରକ୍ଷା କମିଟି ବୈଠକ ହୋଇଯାଇଛି। ଜିଲାପାଳ ଦିଲ୍ଲୀପ ରାଉତରାଏଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଅତିରିକ୍ତ ଜିଲ୍ଲାପାଳ ରବିନାରାୟଣ ସାହୁ, ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍‌ତୀ, ଅତିରିକ୍ତ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଅରୂପ ଅଭିଷେକ ବେହେରା, ଜିଲ୍ଲା ଆଂଚଳିକ ପରିବହନ ଅଧିକାରୀ ଶୁଭେନ୍ଦୁ ରଞ୍ଜନ ରାୟ,ସହ ପରିବହନ ଅଧିକାରୀ ଶ୍ରୀକାନ୍ତ ଦାସ, ପୂର୍ତ୍‌ତ ବିଭାଗ ଅଧୀକ୍ଷଣ ଯନ୍ତ୍ରୀ ଦେବୀ ପ୍ରସନ ଘୋଷ, ସଭ୍ୟ ରୋ ଅତିସ ବେହେରା, ଶ୍ରୀନିବାସ ପତି, ସଭ୍ୟ ସାମ୍ବାଦିକ ରବିନାରାୟଣ ଖିଲାର, ଜିଲ୍ଲା ଶିକ୍ଷାଧିକାରୀ ଜଗବନ୍ଧୁ ସାହୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ପ୍ରମୋଦ ପ୍ରହରାଜ, ସୂଚନା ଉପଖଣ୍ଡ ଅଧିକାରୀ ମଧୁସ୍ମିତା ମହାପାତ୍ର,ବିଭାଗୀୟ ଅଧିକାରୀ ସେକ ରହିମ ପ୍ରମୁଖ ଯୋଗ ଦେଇ ସଡ଼କ ସୁରକ୍ଷା ନେଇ ମତ ରଖିଥିଲେ। ବୈଠକରେ ଦୁର୍ଘଟଣାର କାରଣ ଓ ନିରାକରଣ ଦିଗରେ କଣସବୁ ପଦକ୍ଷେପ ନିଆଯାଇପାରିବ, ସେଥିନେଇ ବିଷଦ ଆଲୋଚନା ହୋଇଥିଲା । ଏହି କ୍ରମରେ ୧୬ ନଂ ଜାତୀୟ ରାଜପଥର ଭଦ୍ରକରୁ -ବିଷ୍ଣୁପୁର- ଭଣ୍ଡାରିପୋଖରୀ ରାସ୍ତାରୁ ଜବର ଦଖଲ ଉଛେଦର ସଂପର୍କରେ ତଦନ୍ତ କରିବାଜୁ ତହସିଲଦାରଙ୍କ ସହିତ ଆଂଚଳିକ ପରିବହନ ଅଧିକାରୀ ଓ ଜାତୀୟ ରାଜପଥ ବିଭାଗ କୁ ଦାୟିତ୍ୱ ଦେଇଥିଲେ ଜିଲାପାଳ। ଏଥିସହିତ ଆରଟିଓ ଅଫିସ କୁ ରାସ୍ତା ନିର୍ମାଣ, ଡାହାଣିଗଡ଼ିଆରୁ ନୂଆ ବସଷ୍ଟାଣ୍ଡ, ଜାତୀୟ ରାଜପଥରେ ଆଲୋକୀକରଣ, ଫଳକ ଲଗାଇବା, ବେଆଇନ ଭାବେ ବିନା ହେଲମେଟ, କାଗଜପତ୍ର ନଥାଇ ଚାଲୁଥିବା ଗାଡ଼ିରୁ ଜୋରିମାନା ଆଦାୟ କଡାକଡି କରିବାକୁ ନିଷ୍ପତି ନିଆଯାଇଥିଲା। ଆସନ୍ତା ୭ ଦିନ ଭିତରେ ଜାତୀୟ ରାଜପଥ ରେ ଆଲୋକୀକରଣ କରାଯିବା କୁ ପ୍ରତିଶ୍ରୁତି ଦେଇଥିଲେ ଜାତୀୟ ରାଜପଥ କର୍ତ୍ତୃପକ୍ଷ । ଆଗକୁ ବର୍ଷା ଦିନ ଆସୁଥିବା ରୁ ମହତାବ ଛବରୁ ଆରଡ଼ି ଛକ ପର୍ଯ୍ୟନ୍ତ ବର୍ଷା ଜଳ ନିଷ୍କାସନ ବ୍‌ଯବସ୍ଥା ଲାଗି ଆଲୋଚନା ହୋଇଥିଲା। ସେହିଭଳି ରାଜପଥରେ ବେଆଇନ ପାର୍କିଂ ରୋକିବାକୁ ପଦକ୍ଷେପ ନିଆଯିବ ବୋଲି ସୂଚନା ଦିଆଯାଇଥିଲା। ସ୍କୁଲ ଛାତ୍ରଙ୍କୁ ନେଉଥିବା ଗାଡି, ଅଟୋଗୁଡ଼ିକ ପାଂଚ କରାଯିବା ଲାଗି ବୈଠକରେ ସ୍ଥିର ହୋଇଥିଲା। ପିଏମ ରାହତ ଯୋଜନା ରେ ଦୁର୍ଘଟଣାଗ୍ରସ୍ତଙ୍କୁ ୧.୫ ଲକ୍ଷ ଟଙ୍କା ସାତ ଦିନ ଭିତରେ ଯୋଗାଇ ଦିଆଯିବାର ବ୍ୟବସ୍ଥା ହୋଇଥିବା ବୈଠକରେ ସୂଚନା ଦିଆଯାଇଥିଲା। ୱାଟ୍ସଅପ ଜରିଆରେ ଆମ ରାସ୍ତା ଯୋଜନା ର ସମସ୍ତ ତଥ୍ୟ ଉପଲବ୍ଧ ହେବ ବୋଲି ସୂଚନା ଦିଆଯାଇଥିଲା।