होम City Bhadrak ସଂଗ୍ରାମ କେଶରୀ ସେନାପତିଙ୍କୁ ଉଦୟରାଗ ସମ୍ମାନ

ସଂଗ୍ରାମ କେଶରୀ ସେନାପତିଙ୍କୁ ଉଦୟରାଗ ସମ୍ମାନ

372
Sangram Keshari Senapati received Udayarag Samman for 2023 by Timepass
ଶୁଭପଲ୍ଲବ ଓଡ଼ିଆ ସାହିତ୍ୟ ପତ୍ରିକାର ପ୍ରତିଷ୍ଠାତା ତଥା ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ଉଦୟରାଗ ସମ୍ମାନ

ଭଦ୍ରକ (୨୫ ଡିସେମ୍ବର ୨୦୨୩): ଓଡ଼ିଆ ସାହିତ୍ୟ ପତ୍ରିକା ଶୁଭପଲ୍ଲବର ସମ୍ପାଦକ ସଂଗ୍ରାମ କେଶରୀ ସେନାପତିଙ୍କୁ ୨୦୨୩ ମସିହା ପାଇଁ ଟାଇମ୍‌ପାସ୍ ପ୍ରକାଶନ ଦ୍ୱାରା ଆୟୋଜିତ ଉଦୟରାଗ ସମ୍ମାନ ପ୍ରଦାନ କରାଯାଇଛି । ଗତ ଡିସେମ୍ବର ୨୪ ତାରିଖରେ ଭୁବନେଶ୍ୱର ସ୍ଥିତ ଗୁରୁ କେଳୁ ଚରଣ ମହାପାତ୍ର ଓଡ଼ିଶୀ ରିସର୍ଚ୍ଚ ସେଣ୍ଟରଠାରେ ଆୟୋଜିତ ଉତ୍‌ସାହିତ୍ୟ କାର୍ଯ୍ୟକ୍ରମରେ ଉଦୟରାଗର ୫ମ ସଂସ୍କରଣର ଗଳ୍ପ ବିଭାଗରେ ସଂଗ୍ରାମଙ୍କୁ ଏହି ସମ୍ମାନ ମିଳିଛି । ଉକ୍ତ କାର୍ଯ୍ୟକ୍ରମରେ ଆୟୋଜକ ସରୋଜ ବଳ ଉତ୍ତରୀୟ ପ୍ରଦାନ କରିଥିଲେ ଏବଂ ଓଡ଼ିଶା ସାହିତ୍ୟ ଏକାଡେମୀର ସଭାପତି ଡ. ହୃଷିକେଶ ମଲ୍ଲିକ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ ଏବଂ ଗୀତିକାର ବିଜୟ ମଲ୍ଲ ଏହି ସଭାର ଉଦ୍‌ଘୋଷକ ଥିଲେ । ଉଦୟ ସମ୍ମାନରେ ସମ୍ମାନିତ ୩୦ ଜଣ ନୂଆ ପ୍ରତିଭାଙ୍କୁ ସମ୍ମାନିତ କରାଯିବା ସହିତ ଅନ୍ୟାନ୍ୟ କାର୍ଯ୍ୟକ୍ରମମାନ ଆୟୋଜନ କରାଯାଇଥିଲା, ଯେଉଁଥିରେ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପ୍ରାପ୍ତ କବି ରାଜେଂଦ୍ର କେଶୋର ପଂଡା ଓ ଡ. ଆଶୁତୋଷ ପରିଡ଼ାଙ୍କ ସହିତ କଥାଚିତ୍ର ଅଭିନେତା ସ୍ୱରାଜ ବାରିକ, ବି.ଏମ୍. ବୈଶାଳୀ, ସ୍ଥିତ ପଟ୍ଟନାୟକ, ଅନୁପମ ପଟ୍ଟନାୟକ ପ୍ରଭୃତି ଉପସ୍ଥିତ ଥିଲେ ।

ସୂଚନା ଥାଉକି ସଂଗ୍ରାମ ୨୦୧୮ ମସିହାରୁ ଶୁଭପଲ୍ଲବ ନାମକ ଏକ ଓଡ଼ିଆ ପତ୍ରିକାର ପ୍ରତିଷ୍ଠା କରିବା ସହିତ ଏହାର ସମ୍ପାଦକ ଭାବରେ କାର୍ଯ୍ୟ କରୁଛନ୍ତି । ଜଣେ ଲେଖକ ଭାବରେ ଧରିତ୍ରୀ, ନିତିଦିନ ଭଳି ଖବର କାଗଜରେ ତାଙ୍କ ଲେଖାଗୁଡ଼ିକ ପ୍ରକାଶ ପାଇଛି ଏବଂ ଆଗାମୀ ଦିନରେ ତାଙ୍କର ପ୍ରଥମ ଉପନ୍ୟାସ ‘କଲେଜ ଡାଏରୀ’ ପ୍ରକାଶ ପାଇବାକୁ ଯାଉଛି । ଓଡ଼ିଆ ଉଇକିପିଡ଼ିଆର ନିୟମିତ ଭାବରେ ଲେଖିବା ପାଇଁ ସଂଗ୍ରାମ ପୂର୍ବରୁ ଏକ ବିଶ୍ୱରେକର୍ଡ଼ କରିଛନ୍ତି, ଯାହାକି ତାଙ୍କୁ ଉଇକିମିଡ଼ିଆ ସମୁଦାୟରେ ପରିଚିତ କରାଇଛି ।