ଭୁବନେଶ୍ୱର (୨୭ ଫେବୃଆରୀ ୨୦୨୬): ପୁଣ୍ୟାତ୍ମା ଆଚାର୍ଯ୍ୟ ହରିହର ଦାସ ନିଜର ତ୍ୟାଗମୟ ଜୀବନ, ନିଷ୍କାମ ସେବାଭାବ ଓ ଶିକ୍ଷା ପ୍ରସାର ପ୍ରତି ଅତୁଟ ନିଷ୍ଠା ମାଧ୍ୟମରେ ଓଡ଼ିଆ ସମାଜରେ ଗଭୀର ପ୍ରଭାବ ପକାଇ ଯାଇଛନ୍ତି । ତାଙ୍କର ଆଦର୍ଶ ଓ କାର୍ଯ୍ୟ ଆଗାମୀ ପିଢ଼ି ପାଇଁ ସଦା ପ୍ରେରଣାର ଉତ୍ସ ହୋଇ ରହିବ ବୋଲି ଆଚାର୍ଯ୍ୟ ହରିହରଙ୍କ ଜୟନ୍ତୀ ଅବସରରେ ବକ୍ତାମାନେ ମତ ପ୍ରକାଶ କରିଥିଲେ ।
ସୂଚନା ଓ ଲୋକସମ୍ପର୍କ ବିଭାଗ ଏବଂ ଆଚାର୍ଯ୍ୟ ବିହାର ପରିଷଦର ମିଳିତ ଆନୁକୂଲ୍ୟରେ ଜୟଦେବ ଭବନଠାରେ ଆୟୋଜିତ ଏହି ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ମୁଖ୍ୟ ଅତିଥି ଭାବେ ସୂଚନା ଓ ଲୋକସମ୍ପର୍କ ବିଭାଗର ନିର୍ଦ୍ଦେଶକ ଶ୍ରୀଯୁକ୍ତ ଅନୁଜ କୁମାର ଦାସପଟ୍ଟନାୟକ ଯୋଗଦେଇ ଆଚାର୍ଯ୍ୟ ହରିହରଙ୍କ ଶିକ୍ଷାମୂଳକ ଓ ସମାଜସେବାମୂଳକ ଅବଦାନ ଉପରେ ଆଲୋକପାତ କରିଥିଲେ ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















