ଭଦ୍ରକ: ଜିଲ୍ଲା କୋର୍ଟ ପରିସର ରେ ୨୦୨୬ ମସିହାର ପ୍ରଥମ ରାଷ୍ଟ୍ରୀୟ ଲୋକ ଅଦାଲତ ମାର୍ଚ୍ଚ ମାସ ୧୪ ତାରିଖରେ ଅନୁଷ୍ଠିତ ହେବ । ଜିଲ୍ଲା ଆଇନ୍ ସେବା ପ୍ରଧିକରଣର ଭାର ପ୍ରାପ୍ତ ଶ୍ରୀ ପ୍ରଭାତ କୁମାର ରାଜଗୁରୁଙ୍କ ନିର୍ଦ୍ଦେଶ କ୍ରମେ ପ୍ରାଧିକରଣ ସଚିବ ଶ୍ରୀ ପୁଣ୍ୟ ଶ୍ଲୋକ ରଥ ଏହି ସୂଚନା ଦେଇଛନ୍ତି। ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ପ୍ରାୟ ସମସ୍ତ ପ୍ରକାରର ବିଚାରଧିନ ମୋକଦ୍ଦମା ଯଥା ଫୌଜଦାରୀ (ସାଲିସ ଯୋଗ୍ୟ), ଚେକ ବାଉନ୍ସ ମାମଲା, ବ୍ୟାଙ୍କ ଋଣ ମାମଲା, ରାଜସ୍ୱ ମାମଲା, ଶ୍ରମ ଓ ନିଯୁକ୍ତି ବିବାଦ, ବିଦ୍ୟୁତ, ଜଳ ଓ ଅନ୍ୟାନ୍ୟ ବିଲ ଦେୟ ଜନିତ ବିବାଦ (ସାଲିସ ବିହୀନ ବିବାଦକୁ ବାଦ ଦେଇ) ବୈବାହିକ ବିବାଦ (ଛାଡପତ୍ର ବ୍ୟତୀତ), ଜମି ଅଧିଗ୍ରହଣ, ଚାକିରି ସମନ୍ଧୀୟ (ଦରମା, ଭତ୍ତା ଓ ଅବସର କାଳୀନ ପ୍ରାପ୍ୟ), ମୋଟର ଯାନ ସମ୍ବଧୀୟ ଓ ଅନ୍ୟାନ୍ୟ ଦିୱାନୀ ମୋକଦମା ଇତ୍ୟାଦିର ଆପୋସ ସହମତିରେ ସମାଧାନ କରାଯାଇପାରିବ, କେବଳ ବିଚାରଧିନ ମୋକଦ୍ଦମା ନୁହେଁ ପ୍ରାକ ମୋକଦ୍ଦମା ସ୍ତରୀୟ (କଚେରୀରେ ଦାୟର ହୋଇ ନଥିବା), ଚେକ ବାଉନ୍ସ ମାମଲା, ବି.ଏସ୍.ଏନ୍.ଏଳ୍, ବ୍ୟାଙ୍କ ଋଣ ବିବାଦ, ଶ୍ରମ ଓ ନିଯୁକ୍ତି ବିବାଦ, ଅନ୍ୟାନ୍ୟ ସାଲିସ ଯୋଗ୍ୟ ଫୌଜଦାରୀ ଓ ଅନ୍ୟାନ୍ୟ ଦିୱାନୀ ମୋକଦ୍ଦମା ଇତ୍ୟାଦିର ମଧ୍ୟ ସମାଧାନ ଏହି ରାଷ୍ଟ୍ରୀୟ ଲୋକ ଅଦାଲତରେ ହୋଇପାରିବ। ଏହାର ସୁବିଧା ଯେପରି ଲୋକମାନେ ପାଇ ପାରିବେ ଓ ଏହାର ପ୍ରଚାର ପ୍ରସାର ମଧ୍ୟାମରେ ଅଧିକରୁ ଅଧିକ ଲୋକ ଉପକୃତ ହୋପାରିବେ, ସେଥିପାଇଁ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପ୍ରଚେଷ୍ଟା ଜାରି ରଖିଛନ୍ତି । ଜନସାଧାରଣ କୌଣସି ଦ୍ୱନ୍ଦ ବା ଭୟଭୀତ ନ ହୋଇ ଏହାର ସୁଯୋଗ ନେବାକୁ କୁହାଯାଇଛି।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.

















