ଭଦ୍ରକ (୩୦ ଡିସେମ୍ବର ୨୦୨୩): ବାଇପାସ୍ସ୍ଥିତ ପାଣିଗ୍ରାହୀ ଦମ୍ପତିଙ୍କ ବାସଭବନ ‘ଛାଇ’ ଠାରେ ଟାଇମ୍ପାସ୍ ତରଫରୁ ଏକ ଲେଖନୀୟ ବନ୍ଧୁମିଳନ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କବୀ ଓ ଶିଶୁ ସାହିତ୍ୟିକା ଭାବେ ସୁପରିଚିତ ସେବାନିବୃତ ଅଧ୍ୟକ୍ଷା ସୁଚିତ୍ରା ପାଣିଗ୍ରାହୀଙ୍କର ମନସ୍ତାତ୍ୱିକ ଫିଚର ପୁସ୍ତକ ‘ପିଲାମନ’ ଉନ୍ମୋଚିତ ହୋଇଯାଇଛି । ପୁସ୍ତକଟି କବିତ୍ୱ ଓ ଶିଶୁ ମନସ୍ତତ୍ୱର ଅପୂର୍ବ ସମନ୍ୱୟ ହୋଇଥିବାରୁ ସାରସ୍ୱତ ଜଗତରେ ଏକ ନୂତନ ସଂଯୋଜନା ବୋଲି ମତ ପ୍ରକାଶ ପାଇଛି । କବି ସରୋଜ ବଳଙ୍କ ସଂଚାଳନାରେ ଅନୁଷ୍ଠିତ ବନ୍ଧୁମିଳନରେ ଡ. ବ୍ରଜମୋହନ ମିଶ୍ର ଓ ଉମାମଣି ପାଣିଗ୍ରାହୀ ପୁସ୍ତକ ଉନ୍ମୋଚନ କରିଥିଲାବେଳେ ଗାଳ୍ପିକ ରଜନୀକାନ୍ତ ମହାନ୍ତି, ଝରଣା ପଟ୍ଟନାୟକ, ଡ. ପ୍ରଭାତ ନଳିନୀ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବହଳି, ଅରୁଣ ଖିଲାର ଓ କୈଳାସ ଚନ୍ଦ୍ର ପଣ୍ଡା ଅତିଥି ଭାବେ ଯୋଗଦେଇଥିଲେ । ପବିତ୍ର ପାଣିଗ୍ରାହୀ ସ୍ୱାଗତ ସମ୍ଭାଷଣ, ଅଭିଜିତ ନାୟକ ପୁସ୍ତକ ସଂପର୍କରେ ସୂଚନା ଓ ଲେଖିକା ସୁଚିତ୍ରା ଲେଖକୀୟ ଅଭିବ୍ୟକ୍ତି ପ୍ରକାଶ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅଶୋକ କୁମାର ଜେନା, ବିକାଶ ନାରାୟଣ ନନ୍ଦ, ଅର୍ନ୍ତଯ୍ୟାମି ମହାରଣା, ସଂଗ୍ରାମ କେଶରୀ ସେନାପତି, ରମେଶ ଚନ୍ଦ୍ର ସ୍ୱାଇଁ, ଆଶିଷ କୁମାର ମିଶ୍ର, ଅବିନାଶ ସାହୁ ପ୍ରମୁଖ ବନ୍ଧୁମିଳନରେ ସାମିଲ ଥିଲେ । ଶେଷରେ ପତିତପାବନ ପାଣି ଧନ୍ୟବାଦ ଅର୍ପଣ କରିଥିଲେ ।
Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.