Home City Bhadrak ନିରହଂକାରୀ ଶାନ୍ତିଲତା ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ

ନିରହଂକାରୀ ଶାନ୍ତିଲତା ଜଣେ ସ୍ମରଣୀୟ ବ୍ୟକ୍ତିତ୍ୱ

37

ଭଦ୍ରକ: ଭିନ୍ନ ଚିନ୍ତାଧାରା ଭିନ୍ନ ଦୃଷ୍ଟିଭଙ୍ଗୀ ଏକାଧାରରେ ଜଣେ ସାହିତ୍ୟିକା, ଜଣେ ସଂଗଠକ, ଜଣେ ସରଳ ନିଷ୍କପଟ ମଣିଷ ଥିଲେ ଶାନ୍ତିଲତା ବାରିକ (ନାଗ) । ଗାନ୍ଧୀବାଦରେ ବିଶ୍ୱାସ ରଖୁଥିବା ଜଣେ ବ୍ୟକ୍ତିତ୍ୱ । ଜଣେ ଅନୁଷ୍ଠାନ ପ୍ରେମୀ ଓ ପରୋପକାରୀ ମହିଳା ଭାବେ ସେ ଚିରସ୍ମରଣୀୟ ହୋଇ ରହିବେ ବୋଲି ଦ୍ୱିତୀୟ ଶ୍ରାଦ୍ଧବାର୍ଷିକୀ ଅବସରରେ ଆୟୋଜିତ ଶ୍ରଦ୍ଧାଞ୍ଜଳି ସଭାରେ ମତପ୍ରକାଶ ପାଇଛି । ବରିଷ୍ଠ ସ୍ତମ୍ଭକାର ବାସୁଦେବ ବାରିକଙ୍କ ସଭାପତିତ୍ୱରେ ଶାନ୍ତିଲତା ସ୍ମୃତି କମିଟି ପକ୍ଷରୁ ଆରଡ଼ିଛକସ୍ଥିତ ପ୍ରେମ ନଗରରେ ଆୟୋଜିତ ଏହି ଉତ୍ସବରେ ମୁଖ୍ୟଅତିଥି ଭାବେ ଡ. ବ୍ରଜମୋହନ ମିଶ୍ର, ମୁଖ୍ୟବକ୍ତା ପବିତ୍ର ପାଣିଗ୍ରାହୀ, ସମ୍ମାନିତ ବକ୍ତା ଡ. ଭାଗବତ ତ୍ରିପାଠୀ ପ୍ରମୁଖ ଯୋଗଦେଇ ସ୍ୱର୍ଗତାଃ ଶାନ୍ତିଲତା ଏକ ବିରଳ ବ୍ୟକ୍ତିତ୍ୱର ଅଧିକାରୀ ଥିଲେ । ସମସ୍ତଙ୍କୁ ନିଜର କରିପାରିବାର ଏକ ସ୍ୱତନ୍ତ୍ର କଳା ତାଙ୍କୁ ଜଣା ଥିଲା । ସେହି ସୂତ୍ରରେ ସେ ଅନେକଙ୍କୁ ବାନ୍ଧି ରଖିବାରେ ସମର୍ଥ ହୋଇଥିଲେ । ଭଦ୍ରକର ପ୍ରାୟ ପ୍ରତ୍ୟେକ ଅନୁଷ୍ଠାନ ସହିତ ସେ ଯୋଡ଼ିହୋଇ ରହିଥିବା ହେତୁ ଆଜି ତାଙ୍କ ମହାପ୍ରୟାଣର ୨ବର୍ଷ ପରେ ମଧ୍ୟ ସେ ସମସ୍ତଙ୍କ ମାନସପଟ୍ଟରେ ଆଜି ବି ଜୀବିତ ବୋଲି ଉଲ୍ଲେଖ କରିଥିଲେ । ଏହି ଅବସରରେ କବୟିତ୍ରୀ ସୁଚିତ୍ରା ପାଣିଗ୍ରାହୀଙ୍କୁ ‘ପ୍ରଥମ ଶାନ୍ତିଲତା ନାଗ ସ୍ମୃତି ସମ୍ମାନ’ ପ୍ରଦାନ କରାଯାଇଥିଲା । କବୟିତ୍ରୀ ସଂଯୁକ୍ତା ବଳଙ୍କ ସଂଯୋଜନାରେ ଆୟୋଜିତ କବିତା ପାଠୋତ୍ସବରେ ଶାନ୍ତିଲତା ବାରିକ, ଗୌରାଙ୍ଗ ବାରିକ, ଅମର ପାଣିଗ୍ରାହୀ, ମନୋରମା ରାୟ, ଜାନକୀ ପାଢ଼ୀ, ବିପ୍ଳବ ହୋତା, ସନାତନ ଦାସ, ରମେଶ ଚନ୍ଦ୍ର ଦାସ, କାଳନ୍ଦୀ ମଲ୍ଲିକ, କବି ଗୋକୁଳାନନ୍ଦ ପ୍ରମୁଖ ସ୍ୱରଚିତ କବିତା ପାଠ କରିଥିଲେ । କବି ଚୈତାଳୀ ଖିଲାର ମଞ୍ଚ ଆମନ୍ତ୍ରଣ କରିଥିବା ବେଳେ, ଅଶୋକ କୁମାର ଦାସ ସ୍ୱାଗତ ଭାଷଣ ଓ ଉପେନ୍ଦ୍ର କୁମାର ବାରିକ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ । ଶାନ୍ତନୁ ରାଉତ, ରମାକାନ୍ତ ମଣ୍ଡଳ, ସୁଧାକର ରାଉତ, ନିର୍ମଳ ରାଉତ, ଗିରିଧାରୀ ନାଥ ଓ ରୂପକ ବିହାରୀ ରାୟ ପ୍ରମୁଖ ସ୍ୱର୍ଗତାଃ ନାଗଙ୍କର ସ୍ମୃତିଚାରଣ କରିଥିଲେ । କୈଳାସ ଚନ୍ଦ୍ର ପଣ୍ଡା, ଅତିଶ କୁମାର ବେହେରା, ବିଚିତ୍ରାନନ୍ଦ ଦାସ, ପ୍ରଦୀପ ପଲ୍ଲାଇ, ରାଜେନ୍ଦ୍ର ବାରିକ ଓ ପରିବାର ସଦସ୍ୟ ଉତ୍ସବ ପରିଚାଳନା କରିଥିବା ବେଳେ, ପ୍ରଫୁଲ୍ଲ କୁମାର ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ ।