Home Lifestyle ସାବଧାନ୍‌ ! ଶୋଇବାବେଳେ ଏହି କାମ ଆଦୌ କରନ୍ତୁ ନାହିଁ, ନହେଲେ ଦୃଷ୍ଟିହୀନର ଶିକାର ହୋଇପାରନ୍ତି...

ସାବଧାନ୍‌ ! ଶୋଇବାବେଳେ ଏହି କାମ ଆଦୌ କରନ୍ତୁ ନାହିଁ, ନହେଲେ ଦୃଷ୍ଟିହୀନର ଶିକାର ହୋଇପାରନ୍ତି !

218
ଯଦି ଆପଣ ଚଷମା ବଦଳରେ ଆଖିରେ କଣ୍ଟାକ୍ଟ ଲେନ୍‌ସ ବ୍ୟବହାର କରୁଛନ୍ତି, ତେବେ ଆପଣଙ୍କୁ ଯଥେଷ୍ଟ ସତର୍କ ରହିବାକୁ ପଡ଼ିବ । ବିଶେଷ କରି ଶୋଇବାବେଳେ ଆପଣ ଭୁଲରେ ମଧ୍ୟ କଣ୍ଟାକ୍ଟ ଲେନ୍‌ସ ପିନ୍ଧନ୍ତୁ ନାହିଁ । ନ ହେଲେ ଆପଣ ଚକ୍ଷୁ ସଂକ୍ରମଣର ଶିକାର ହୋଇପାରନ୍ତି ।
ଖାଲି ସେତିକି ନୁହେଁ, ବୈଜ୍ଞାନିକମାନେ ଚେତାବନୀ ଦେଇଛନ୍ତି ଯେ ଯଦି ଆପଣ କଣ୍ଟାକ୍ଟ ଲେନ୍‌ସ ଲଗାଇ ଶୁଅନ୍ତି, ତେବେ ଆପଣ ସଂପୂର୍ଣ୍ଣ ରୂପେ ଦୃଷ୍ଟିହୀନ ହୋଇପାରନ୍ତି । ଆମେରିକର ୟୁନିଭର୍ସିଟି ଅଫ୍‌ ମେକ୍‌ସିକୋର ସରକାରୀ ପ୍ରଫେସର ଜନ୍‌ ଫେମଲିଙ୍ଗ କହିଛନ୍ତି, “ଶୋଇବା ବେଳେ କଣ୍ଟାକ୍ଟ ଲେନ୍‌ସ ପିନ୍ଧିଥିଲେ, କେବଳ ଚକ୍ଷୁ ସଂକ୍ରମଣ ନୁହେଁ, ବରଂ କୌଣସି ପ୍ରକାରର ସ୍ଥାୟୀ ରୋଗର ଶିକାର ବି ହୋଇପାରନ୍ତି ।”
ସେ ଆହୁରି ମଧ୍ୟ କହିଛନ୍ତି କି ସପ୍ତାହରେ ୩/୪ ଦିନ ଲଗାତାର କଣ୍ଟାକ୍ଟ ଲେନ୍‌ସ ପିନ୍ଧି ଶୋଇଲେ ପ୍ରତ୍ୟାରୋପଣ ବି କରାଯିବାର ଆବଶ୍ୟକତା ପଡ଼ିପାରେ । ଏଣୁ ଶୋଇବାପୂର୍ବରୁ କଣ୍ଟାକ୍ଟ ଲେନ୍‌ସ ନ ପିନ୍ଧିବା ଭଲ । ଶୋଇବା ବେଳେ କଣ୍ଟାକ୍ଟ ଲେନ୍ସ ବ୍ୟବହାର କଲେ ବେଳେ ବେଳେ ତାହା ଗରମ ହୋଇଯାଇ ତରଳିଯାଇ ଡୋଳା ମିଶିଯାଇପାରେ । ତେଣୁ ବେଳ ଥାଉଁ ଥାଉଁ ସତର୍କ ହେବା ନିତ୍ୟାନ୍ତ ଆବଶ୍ୟକ ।