ରାଉରକେଲା (୧୯ ମାର୍ଚ୍ଚ ୨୦୨୬): ଭାରତ ସରକାରଙ୍କ ଶିକ୍ଷା ମନ୍ତ୍ରଣାଳୟ ଏକ ଭାରତ ଶ୍ରେଷ୍ଠ ଭାରତ ପଦକ୍ଷେପ ଅନ୍ତର୍ଗତ ଏକ ପ୍ରମୁଖ ଯୁବ ବିନିମୟ କାର୍ଯ୍ୟକ୍ରମ ଯୁବ ସଙ୍ଗମ – ପର୍ଯ୍ୟାୟ ୬ ପାଇଁ ଅନଲାଇନ୍ ପଞ୍ଜୀକରଣ ଆରମ୍ଭ କରିଛି, ଯାହାର ଲକ୍ଷ୍ୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳଗୁଡ଼ିକର ଯୁବ ନାଗରିକଙ୍କ ମଧ୍ୟରେ ଭାବପ୍ରବଣ ବନ୍ଧନ ଏବଂ ପାରସ୍ପରିକ ବୁଝାମଣାକୁ ସୁଦୃଢ଼ କରିବା । ଏହି ପର୍ଯ୍ୟାୟ ପାଇଁ ଜାତୀୟ ପ୍ରଯୁକ୍ତି ପ୍ରତିଷ୍ଠାନ ରାଉରକେଲାକୁ ଓଡ଼ିଶାରୁ ନୋଡାଲ ପ୍ରତିଷ୍ଠାନ ଭାବରେ ମନୋନୀତ କରାଯାଇଛି ଏବଂ ଏହା ଭାରତୀୟ ପରିଚାଳନା ସଂସ୍ଥାନ ଅହମ୍ମଦାବାଦ ସହିତ ସହଯୋଗରେ କାର୍ଯ୍ୟକ୍ରମର ସମନ୍ୱୟ କରିବ, ଯାହା ଗୁଜରାଟ, ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିଉ ପାଇଁ ନୋଡାଲ ପ୍ରତିଷ୍ଠାନ ଭାବରେ କାର୍ଯ୍ୟ କରୁଛି ।
ଭାରତ ସରକାରଙ୍କ ଉଚ୍ଚଶିକ୍ଷା ବିଭାଗ ଦ୍ୱାରା ଆୟୋଜିତ ଯୁବ ସଙ୍ଗମ ଯୁବପିଢ଼ିଙ୍କ ପାଇଁ ସଂରଚିତ ଶିକ୍ଷାଗତ ଓ ସାଂସ୍କୃତିକ ବିନିମୟ ପରିଦର୍ଶନକୁ ସହଜ କରିଥାଏ, ଯାହା ଅଂଶଗ୍ରହଣକାରୀମାନଙ୍କୁ ନିମଗ୍ନ ଏକ୍ସପୋଜର ମାଧ୍ୟମରେ ଦେଶର ବିବିଧତାକୁ ଅନୁଭବ କରିବାକୁ ସକ୍ଷମ କରିଥାଏ । ଏହି କାର୍ଯ୍ୟକ୍ରମ ୧୮-୩୦ ବୟସ ବର୍ଗର ଯୁବକମାନଙ୍କ ପାଇଁ ଖୋଲା ଯାଇଛି, ଯେଉଁଥିରେ ଉଚ୍ଚଶିକ୍ଷା ପ୍ରତିଷ୍ଠାନର ଛାତ୍ର, ଏନ୍ଏସ୍ଏସ୍ ଏବଂ ଏନ୍ୱାଇକେଏସ୍ ସ୍ୱେଚ୍ଛାସେବକ ଏବଂ ଯୁବ ବୃତ୍ତିଗତ ଅନ୍ତର୍ଭୁକ୍ତ । ଓଡ଼ିଶାର ଆବେଦନକାରୀମାନଙ୍କର ଗୋଷ୍ଠୀ-ଭିତ୍ତିକ କାର୍ଯ୍ୟକଳାପ ଏବଂ ଭ୍ରମଣରେ ଅଂଶଗ୍ରହଣ କରିବାର କ୍ଷମତା ସହିତ ସାଂସ୍କୃତିକ ବିନିମୟ ଓ ଜାତୀୟ ସମନ୍ୱୟରେ ଆଗ୍ରହ ରହିବା ଆବଶ୍ୟକ । କାର୍ଯ୍ୟକ୍ରମର ସରକାରୀ ପୋର୍ଟାଲ୍ (ebsb.aicte-india.org) ମାଧ୍ୟମରେ ପଞ୍ଜୀକରଣ କରାଯାଉଛି । ଯୁବ ସଙ୍ଗମ ପର୍ଯ୍ୟାୟ ୬ ପାଇଁ ପଞ୍ଜୀକରଣର ଶେଷ ତାରିଖ ହେଉଛି ୨୫ ମାର୍ଚ୍ଚ ୨୦୨୬ ।
ବର୍ତ୍ତମାନ ଏନ୍ଆଇଟି ରାଉରକେଲାରେ ସହକାରୀ ପ୍ରଫେସର ଭାବରେ କାର୍ଯ୍ୟ କରୁଥିବା ପ୍ରଫେସର ୱିନି ରାଉତରାୟ ଯୁବ ସଙ୍ଗମ ପର୍ଯ୍ୟାୟ ୬ ପାଇଁ ଓଡ଼ିଶାର ନୋଡାଲ ଅଧିକାରୀ ଭାବରେ ଦାୟିତ୍ୱ ନେଇଛନ୍ତି । ଏହି ପଦକ୍ଷେପ ବିଷୟରେ ବିସ୍ତୃତ ଭାବରେ ସେ କହିଛନ୍ତି, “ଯୁବ ସଙ୍ଗମର ପର୍ଯ୍ୟାୟ ୬ରେ, ଓଡ଼ିଶାକୁ ଗୁଜୁରାଟ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରା ଓ ନଗର ହାବେଳୀ ଏବଂ ଡାମନ ଓ ଡିଉ ସହିତ ଯୋଡ଼ା ହୋଇଛି । ମନୋନୀତ ଅଂଶଗ୍ରହଣକାରୀମାନେ ପାଞ୍ଚରୁ ସାତ ଦିନିଆ ଗସ୍ତ କରିବେ, ଏହି ସମୟରେ ସେମାନେ ସ୍ଥାନୀୟ ସମ୍ପ୍ରଦାୟ, ଶିକ୍ଷାନୁଷ୍ଠାନ ଏବଂ ସହଭାଗୀ କ୍ଷେତ୍ରଗୁଡ଼ିକର ବିକାଶ ପଦକ୍ଷେପ ସହିତ ଜଡ଼ିତ ହେବେ । ମୁଁ ଓଡ଼ିଶାର ଯୋଗ୍ୟ ପ୍ରାର୍ଥୀମାନଙ୍କୁ ସେମାନଙ୍କର ଦୃଷ୍ଟିକୋଣକୁ ବିସ୍ତାର କରିବା, ଅର୍ଥପୂର୍ଣ୍ଣ ସଂଯୋଗ ବିକଶିତ କରିବା ଏବଂ ଜାତୀୟ ସ୍ତରରେ ଓଡ଼ିଶାର ଆତ୍ମା ତଥା ସାଂସ୍କୃତିକ ସମୃଦ୍ଧିକୁ ପ୍ରତିନିଧିତ୍ୱ କରିବା ପାଇଁ ଏହି ପଦକ୍ଷେପର ଉପଯୋଗ କରିବାକୁ ଉତ୍ସାହିତ କରୁଛି ।”
ସୂଚନା ଥାଉକି, ୨୦୨୩ ମସିହାରେ, ଏନ୍ଆଇଟି ରାଉରକେଲା ଯୁବ ସଙ୍ଗମର ପାଇଲଟ୍ ପର୍ଯ୍ୟାୟର ଏକ ଅଂଶ ଥିଲା, ଯାହା ଓଡ଼ିଶା ଓ ସିକିମ ମଧ୍ୟରେ ଏକ ଆଦାନପ୍ରଦାନକୁ ସହଜ କରିଥିଲା, ଯାହା ଯୁବପିଢ଼ୀଙ୍କ ମଧ୍ୟରେ ଅଭିଜ୍ଞତାମୂଳକ ଶିକ୍ଷା ଏବଂ ସାଂସ୍କୃତିକ ବୁଝାମଣାକୁ ପ୍ରୋତ୍ସାହିତ କରିବାରେ କାର୍ଯ୍ୟକ୍ରମର ଭୂମିକାକୁ ଆଲୋକିତ କରିଥିଲା ।
ପାଞ୍ଚଟି ବିଷୟବସ୍ତୁ, ୧. ପର୍ଯ୍ୟଟନ, ୨. ପରମ୍ପରା ଓ ସଂସ୍କୃତି, ୩. ପ୍ରଗତି (ବିକାଶ ଓ ଶାସନ), ୪. ପାରସ୍ପାରିକ ସମ୍ପର୍କ, ଏବଂ ୫. ପ୍ରଯୁକ୍ତିବିଦ୍ୟା ଓ ନବସୃଜନ ଉପରେ ଗଠିତ ଏହି ପଦକ୍ଷେପ ଅଂଶଗ୍ରହଣକାରୀମାନଙ୍କୁ ଜାତୀୟ ଶିକ୍ଷା ନୀତି ୨୦୨୦ର ଉଦ୍ଦେଶ୍ୟ ସହିତ ସମନ୍ୱୟ ରଖି ସାଂସ୍କୃତିକ ଐତିହ୍ୟ, ଶାସନ ଅଭ୍ୟାସ, ପ୍ରଯୁକ୍ତିବିଦ୍ୟା ପରିବେଶ ଏବଂ ତୃଣମୂଳ ସ୍ତରୀୟ ସମ୍ପର୍କର ପ୍ରତ୍ୟକ୍ଷ ପରିଚୟ ପ୍ରଦାନ କରେ ।

Sangram Keshari Senapati is a freelance writer, translator from Odisha, India. He writes columns in different news sites and document Odia literature, folklore, etc.

















