Home City Balasore ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍‌ଡ୍’ ଉନ୍ମୋଚିତ

ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍‌ଡ୍’ ଉନ୍ମୋଚିତ

107
English Novel The Year She Disappeared by Sangram Keshari Senapati
English Novel The Year She Disappeared by Sangram Keshari Senapati

ବାଲେଶ୍ୱର (୫ ଅପ୍ରେଲ ୨୦୨୬): ଆଜି ବାଲେଶ୍ୱର ଆଜିମାବାଦ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ସଂଗ୍ରାମ କେଶରୀ ସେନାପତିଙ୍କ ଇଂରାଜୀ ଉପନ୍ୟାସ ‘ଦି ଇଅର୍ ସି ଡିସାପିଅର୍‌ଡ୍’ ଉନ୍ମୋଚିତ ହୋଇଯାଇଛି । ମିଶନ୍ ସକ୍ସେସ୍‌ଠାରେ ଆୟୋଜିତ ଅଭିଳାଷା ଓପନ୍ ମାଇକ୍ କାର୍ଯ୍ୟକ୍ରମରେ ଅତିଥି ଭାବରେ ଯୋଗ ଦେଇଥିଲେ କବୀ ଅଭିଲିପ୍ସା ପାଢ଼ୀ, ଉତ୍କଳିକା ରାଉତ ଓ ଏପି ଶୁଭକାନ୍ତ ସାମଲ । କଲେଜ ସମୟର ପ୍ରେମ କାହାଣୀ ଆଧାରରେ ଏହି ଉପନ୍ୟାସଟି ଶୁଭପଲ୍ଲବ ପବ୍ଲିକେଶନ୍ ଦ୍ୱାରା ପ୍ରକାଶିତ ହୋଇଛି, ଯାହାକି ଆଗାମୀ ଦିନରେ ଓଡ଼ିଆ ଭାଷାରେ ମଧ୍ୟ ପ୍ରକାଶ ପାଇବାକୁ ଯାଉଛି ।

ସୂଚନା ଥାଉକି ସଂଗ୍ରାମଙ୍କର ଏହା ପ୍ରଥମ ଇଂରାଜୀ ଉପନ୍ୟାସ ଏବଂ ତାଙ୍କ ରଚିତ ଓଡ଼ିଆ ଉପନ୍ୟାସ ‘ସିଗାରେଟ୍’ ଆଗାମୀ ସପ୍ତାହରେ ଟାଇମ୍‌ପାସ୍ ପ୍ରକାଶନ ଦ୍ୱାରା ଉନ୍ମୋଚିତ ହେବାକୁ ଯାଉଛି । ଏହି କାର୍ଯ୍ୟକ୍ରମରେ ବାଲେଶ୍ୱରର ବିଭିନ୍ନ ଯୁବ କବି ଓ ଲେଖକମାନେ ଯୋଗ ଦେଇ, ନିଜ ନିଜର ଗପ ଓ କବିତା ଉପସ୍ଥାପନା କରିବା ସହିତ ସଙ୍ଗୀତ ପରିବେଷଣ ଓ ଷ୍ଟାଣ୍ଡଅପ୍ କମେଡ଼ି ମଧ୍ୟ ପରିବେଷଣ କରାଯାଇଥିଲା । ଅଭିଳାଷା ଦ୍ୱାରା ବାଲେଶ୍ୱରରେ ଆୟୋଜିତ ଏହା ପ୍ରଥମ ଓପନ୍ ମାଇକ୍ ଥିଲା, ତେଣୁ ଯୋଗ ଦେଇଥିବା ଅତିଥି ଓ କବିମାନେ ବେଶ୍ ଉତ୍ସାହୀ ଥିଲେ ।