Home City Bhadrak ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଓଡ଼ିଆ ଉଇକିପିଡ଼ିଆ ଷ୍ଟଲ୍ ପରିଦର୍ଶନ

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀରେ ଭଦ୍ରକ ବିଧାୟକ ସଞ୍ଜିବ ମଲ୍ଲିକଙ୍କ ଓଡ଼ିଆ ଉଇକିପିଡ଼ିଆ ଷ୍ଟଲ୍ ପରିଦର୍ଶନ

690

ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଉଦ୍‌ଯାପନି ଦିବସରେ ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକ ପ୍ରଦର୍ଶିତ ହୋଇଥିବା ବିଭିନ୍ନ ଷ୍ଟଲ୍ ବୁଲି ଦେଖିବା ବେଳେ ଓଡ଼ିଆ ଉଇକିପିଡ଼ିଆର ସଚେତନତା ଶିବର ବୁଲି ଉପସ୍ଥିତ ଉଇକିଆଳି ମୃତ୍ୟୁଞ୍ଜୟ କର, ଜ୍ଞାନରଞ୍ଜନ ସାହୁ, ଶୈଳେଶ ପଟ୍ଟନାୟକ, ଚିନ୍ମୟୀ ମିଶ୍ର ଓ ସଂଗ୍ରାମ କେଶରୀ ସେନାପତିଙ୍କ କାମକୁ ପ୍ରସଂଶା କରିବା ସହିତ ଆଗକୁ ଏମିତି କାର୍ଯ୍ୟ ଜାରି ରଖିବାକୁ ପ୍ରୋତ୍ସାହନ ଦେଇଥିଲେ ।

ସୂଚନା ଥାଉକି ଓଡ଼ିଆ ଉଇକିପିଡ଼ିଆ ୨୦୦୨ ମସିହାରୁ ଇଣ୍ଟରନେଟରେ ଉପଲବ୍ଧ ହେବା ସହିତ ଅନେକ ଦରକାରୀ ପ୍ରସଙ୍ଗ ଉପରେ ସଠିକ୍ ଓ ଭରସାଯୋଗ୍ୟ ତଥ୍ୟ ଯୋଗାଇ ଆସୁଛି ।