ପୁରୀ (୬ ମାର୍ଚ୍ଚ ୨୦୨୬): ଆଜି ପୁରୀ ସ୍ଥିତ ଗଙ୍ଗାଧର ମହାପାତ୍ର ଆଇନ ମହାବିଦ୍ୟାଳୟରେ ଓଡ଼ିଆ ଉଇକିମିଡିଆନ୍ସ ଇଉଜର ଗ୍ରୁପ୍ ଦ୍ୱାରା ଏକ କ୍ଷୁଦ୍ର କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟାପକ ଡ. ଲୋକନାଥ ସୁଆରଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କର୍ମଶାଳାରେ ଓଡ଼ିଆ ଉଇକିପିଡ଼ିଆରେ ଦୀର୍ଘ ବର୍ଷ ଧରି କାର୍ଯ୍ୟ କରିଆସୁଥିବା ଉଇକିଆଳି ଅଲିଭା ସାହୁ ସଂଚାଳନା କରିଥିଲେ ଏବଂ ଉଇକିପିଡ଼ିଆ ସମୁଦାୟ ବିଷୟରେ ସମ୍ୟକ ସୂଚନା ପ୍ରଦନା କରିଥିଲେ । ଅନ୍ୟତମ ଉଇକିଆଳି ସଂଗ୍ରାମ କେଶରୀ ସେନାପତି ପ୍ରଶିକ୍ଷକ ଭାବରେ ଯୋଗ ଦେଇଥିଲେ ଏବଂ ଉଇକିପିଡ଼ିଆ ତଥା ଉଇକିମିଡିଆ ସମୁଦାୟର ବିଭିନ୍ନ ପ୍ରକଳ୍ପରେ କିପରି ଭାବରେ ଯୋଗ ଦେଇହେବ ତଥା ସମ୍ପାଦନା କରିହେବ, ସେ ବାବଦରେ ପ୍ରଶିକ୍ଷଣ ଦେଇଥିଲେ ।
ସମାଜସେବୀ ଅଭିଶେକ ଶ୍ରୀଚନ୍ଦନ ଏବଂ ମହାବିଦ୍ୟାଳୟର ଛାତ୍ର ତନ୍ମୟ କୁମାରଙ୍କ ସହଯୋଗରେ ଏହି କର୍ମଶାଳାରେ ମହାବିଦ୍ୟାଳୟର ୪୦ରୁ ଅଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ । ସୂଚନା ଥାଉକି, ଉଇକିପିଡ଼ିଆର ୨୫ ବର୍ଷ ପୂର୍ତ୍ତି ଅବସରରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ପାଳନ ହେଉଥିବା ମେଳଣ ଓ କର୍ମଶାଳାମାନ ଆୟୋଜନ କରାଯାଉଛି । ପୂର୍ବରୁ, ଭୁବନେଶ୍ୱର ଓ ଭଦ୍ରକ ଜିଲ୍ଲା ମହୋତ୍ସବ ସମୟରେ ଏକ ପ୍ରଦର୍ଶନ ତଥା ଜନ୍ମଦିନ ପାଳନ ହୋଇସାରିଛି ।

Salandi Samachar is committed to provide authentic news in a fastest way through digital platforms and a fully explained news through the weekly news paper in Odia language. The portal is available in Odia, English, and Hindi languages.














